Saturday , March 25 2023
Breaking News
Home / ଶିକ୍ଷା / ମେଁ ୩ରୁ ମ୍ୟାଟ୍ରିକ୍ ପରୀକ୍ଷା

ମେଁ ୩ରୁ ମ୍ୟାଟ୍ରିକ୍ ପରୀକ୍ଷା

କଟକ, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେଁ ୩ରୁ ପରୀକ୍ଷା ଆରମ୍ଭ ହୋଇ  ୧୫  ତାରିଖ  ଯାଏ  ଚାଲିବ ।  ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ । ମେଁ ୩ ତାରିଖ ଅର୍ଥାତ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ୫ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ,  ୭ରେ  ତୃତୀୟ  ଭାଷା  ହିନ୍ଦୀ,  ୮ରେ ତୃତୀୟ  ଭାଷା  ସଂସ୍କୃତ,  ୧୦ରେ  ଗଣିତ,୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ପରୀକ୍ଷା ସକାଳ ୮ଟାରୁ ଆରମ୍ଭହୋଇ ୧୦ଟା ଯାଏ ଚାଲିବ । ଗଣିତ ପରୀକ୍ଷାରେଅଧିକ  ୧୫  ମିନିଟ  ମିଳିବ ।  ଅର୍ଥାତ  ୧୦ଟା୧୫ରେ ପରୀକ୍ଷା ସରିବ । ୭ଟା ୪୫ରେ ଉଭୟଅବ୍ଜେକ୍ଟିଭ ଓ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ ।ଅବ୍ଜେକ୍ଟିଭ୍ ସକାଳ ୮ଟାରୁ ୯ଟା, ସବ୍ଜେକ୍ଟିଭପରୀକ୍ଷା ୯ଟାରୁ ୧୦ଟା ଯାଏ ହେବ । ଗଣିତ ଅବଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ଯାଏ  ଚାଲିବ ।  ଓଡ଼ିଶା ସମାଚାର

Leave a Reply

Your email address will not be published.