Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ମେଳା 

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ମେଳା 

 ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୬୧ ଲକ୍ଷ ଟଙ୍କାର ଋଣ ପ୍ରଦାନ

ଗରଦପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ମିଶନଶକ୍ତି ଓ ଜିବୀକା ମିଶନ ଆନୁକୂଲ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ ମାହାଳ ଶାଖା ତରଫରୁ ସ୍ଥାନୀୟ ବାବା କଲ୍ୟାଣ ମଣ୍ଡପ ଠାରେ ଏକ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଯୋଗ ଦେଇଥିଲେ । ଆୟୋଜିତ ଋଣ ମେଳା ଉତ୍ସବରେ ମହାପ୍ରବନ୍ଧକ ଉମାକାନ୍ତ ପୂଜାରୀ ଅଧ୍ୟକ୍ଷତା କରିଥିବାବେଳେ ଶାଖା ପରିଚାଳକ ଅମ୍ରିତ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ , ସମାନୀତ ଅତିଥି ସିଡ଼ିପିଓ ମିନତୀ ବେହେରା , ମାର୍କେଟିଂ ଏକଜିକ୍ୟୁଟିଭ ଦେବୀପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ମହିଳାମାନେ ନିଜକୁ ନିଯେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ସରକାରଙ୍କ ଠାରୁ ଋଣ ନେଇ ମାଛ ଚାଷ, ଛତୁ ଚାଷ,ଟେଲରିଂ , ପାମ୍ପଡ଼ ଆଦି କରି ନିଯେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସାହାଯ୍ୟ କରିପାରିବେ ବୋଲି କହିଥିଲେ । ଏଥି ସହ ଠିକ ସମୟରେ ଋଣ ନେଇ ଠିକ୍ ସମୟରେ ଋଣ ରାଶି ପରିଶୋଧ କରିବାକୁ ଅତିଥିମାୋନ ମତ ପ୍ରକାଶ କରିଥିଲେ । ଏହି ବ୍ୟାଙ୍କ ଶାଖା ଅଧିନରେ ଥିବା ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠିିକୁ ୬୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.