ଭୁବନ ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ୨୧ ଜଣ ବ୍ଲକ କର୍ମଚାରୀ ଆଜି କୋଭିଡ ଟିକା ନେଇଛନ୍ତି । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମନୋଜ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ, ନର୍ସ ବ୍ଲକ କର୍ମଚାରୀଙ୍କୁ ଟିକା ଦେଇଥିଲେ । ପଂଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ବିଡିଓ ଶ୍ରୀ ପରିଡା ଟିକାନେଇ ଅନ୍ୟ କର୍ମଚାରୀଙ୍କ ମନରୁ ଆଶଙ୍କା ଦୂର କରିଥିଲେ । ଓଡ଼ିଶା ସମାଚାର