ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରାମେଶ୍ୱର ଛକ ନିକଟରେ ଏକ ବାଇକକୁ ଗୋଟିଏ ହାଇୱା ଚାପି ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ପୁଅର ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇ ବାଇକରେ ବସିଥିବା ମାଆ ଚିକିତ୍ସିିତ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଆଜି ସାଢେ ଗୋଟାଏ ସମୟରେ ଗୋଟିଏ ବାଇକ(ନଂ ଓଡ଼ି୦୭ୟୁ ୫୦୨୯)ରେ କଟକ ଯାଜପୁରର ପ୍ରଦୀପ ଜେନା( ୨୭) ଓ ତାଙ୍କ ମାଆ ବିଳାସୀ ଜେନା ( ୫୦) ବ୍ରହ୍ମପୁର ଯାଉଥିବାବେଳେ ହଠାତ ଏକ ହାଇୱା ( ନଂ ଓଡ଼ି୦୨ ଏଭି ୫୯୫୬) ବୀପରିତ ଦିଗରୁ ଡ଼ାଉଭରସନରେ ବାମକୁ ଯାଉଥିବାବେଳେ ଭାରମାସ୍ୟ ହରାଇ ବାଇକ ଉପରେ ଚଢିଯାଇଥିଲା । ଫଳରେ ପ୍ରଦୀପଙ୍କ ମୁଣ୍ଡ ଉପରେ ଚକା ଚଢି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମାଆ ବିଳାସୀଙ୍କୁ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ନିଆଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଂଚି ଦୁଇଟି ଯାକ ଗାଡ଼ି ଜବତ କରି ଥାନାକୁ ନେଇଥିବାବେଳେ ଶବର ପଂଚନାମା କରି ଆସନ୍ତା କାଲି ଖୋର୍ଦ୍ଧା ବ୍ୟବଛେଦ ପାଇଁ ପଠାଇବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର