ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଧିନସ୍ଥ ରଘୁନାଥପୁର ଉ.ପ୍ରା ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତପତୀ ରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ରାଜଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ ସରପଂଚ ପ୍ରମୋଦ କୁମାର ଜେନା, ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଶରତ କୁମାର ରାଉତରାୟ, ଶିକ୍ଷାବିତ୍ ଯଦୁନାଥ ଜେନା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ଶିକ୍ଷକ ନେତା ଯତିନ୍ଦ୍ର ଆଚାର୍ଯ୍ୟ, ରାଜ୍ୟ ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା, ବନମାଳି ମହାରଣା, ପୂର୍ବତ ପ୍ରଧାନ ଶିକ୍ଷକ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷକ ନେତା ନିର୍ମଳେନ୍ଦୁ ଶୋମ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ରାଜକିଶୋର ଓଝା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଅବସରକାଳୀନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ରାକେଶ କୁମାର ବେଉରା, ସନ୍ତୋଷ କୁମାର ଦଳାଇ, ପ୍ରଶାନ୍ତ ପାଳ, ସ୍ୱର୍ଣ୍ଣଲତା ସାହାଣୀ, ସୌଭାଗିନୀ ବେଉରା, ସସ୍ମିତା ମିଶ୍ର, ପ୍ରତିଲତା ବିଟ୍, ଭାଗ୍ୟଶ୍ରୀ ନାୟକ, ଶୁସାମା ଦଳାଇ, ସଂଯୁକ୍ତ ଶତପଥି, ପ୍ରମୋଦିନୀ ଚଇନି, ଗୋବିନ୍ଦ ଚନ୍ଦ୍ର ଜେନା, ବିଜେଶ ମୁଦୁଲି, ସନ୍ତନୁ ପାତ୍ର, ରବିନାରାୟଣ ତା, ବିଜୟସକ୍ଷ୍ମୀ ମହାନ୍ତି, ବିଶ୍ୱନାଥ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସାଧନା କେନ୍ଦ୍ର ସଂଯୋଜକ ଦିଲ୍ଲିପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର