ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତରିକୁନ୍ଦ ଠାରେ ଥିବା ଶିକ୍ଷା ଓ ବୈଶୟିକ ଶିକ୍ଷା ପ୍ରତିଷ୍ଠାନରେ ଏକାଦଶ ଶ୍ରେଣୀରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ନିୟମ ଅନୁସାରେ ଶିକ୍ଷା ଦାନ ଆରମ୍ଭ କରାଯାଇଅଛି । ପ୍ରଥମେ ଛାତ୍ରଛାତ୍ରୀମାନେ କୋଭିଡ୍ କଟକଣା ଓ ମାସ୍କ ପରିଧାନ ଓ ହାତକୁ ସାଇଟାଇଜ କରିଥିଲେ । ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରି ଏକ ଅଭିନନ୍ଦନ ସଭା କରାଯାଇଥିଲା । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ବିରକିଶୋର ରାଉତରାୟ, କଲେଜ ଅଧ୍ୟକ୍ଷା, ଜୟନ୍ତୀ ମହାନ୍ତି, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗଦେଇ ପାଠପଢା ସହ ନିଜର କର୍ତବ୍ୟ ସଂପାଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । କଲେଜ ଅଧ୍ୟକ୍ଷା ସାମାଜିକ ମୂଲ୍ୟବୋଧ, ଶୃଙ୍ଖଳାଜ୍ଞାନ ରକ୍ଷା କରି ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ ଶିକ୍ଷା ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର