ଗରଦପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢ଼ଙ୍ଗା ପଂଚାୟତସ୍ଥିତ ଧସନାପାରୀରେ ଅନୁଷ୍ଠିତ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ରେ ଥୋରିଆପଡ଼ା ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ଉମା ରାମେଶ୍ୱର ଭଲିବଲ କ୍ଲବ ପକ୍ଷରୁ ଆୟୋଜିତ ଏକ ଦିବସିୟ ଟୁଣ୍ଣାମେଂଟ ରେ ମୋଟ ୮ ଟି ଟିମ ଅଂଶ ଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚ ବଗଡ଼ା ଟିମ ଓ ଥୋରିଆପଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଷର୍ଷପୂର୍ଣ୍ଣ ଖେଳରେ ବଗଡ଼ାକୁ ୨- ୧ ରେ ପରାସ୍ତ କରି ଥୋରିଆପଡ଼ା ଚମ୍ପିଆନ୍ ହୋଇଥିଲା । ଏହି ଖେଳକୁ ହୃଷିକେଶ ପରିଜା ଓ ସୁବ୍ରତ ମିଶ୍ର ପରିଚାଳନା କରିଥିଲେ । ଉଦଯାପନ ଉତ୍ସବରେ ପ୍ରାକ୍ତନ ସରପଂଚ ଦୂର୍ଗା ଚରଣ ମିଶ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଚଳଚିତ୍ର ପ୍ରଯୋଜକ ତଥା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇ ଚମ୍ପିଆନ ଥୋରିଆପଡ଼ା ଦଳକୁ ଟ୍ରଫି ସହ ନଗଦ ଅଢ଼େଇ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ବଗଡ଼ା ଟିମ କୁ ରନର୍ସ ଅପ୍ ଟ୍ରଫି ସହ ଦେଢ଼ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଉତ୍ସବରେ ସମାମାନୀତ ଅତିଥି ରୂପେ ସାମ୍ବାଦିକ ଧୀରେନ୍ତ୍ର କୁମାର ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ନାଥ, ଆଲୋକ ମିଶ୍ର,ରାଜେସ ବାରିକ,ଜ୍ୟୋତି ରଂଜନ ଗିରୀ , ଗୌରୀଶଙ୍କର ମିଶ୍ର, ବିଶ୍ୱଜିତ ବେଉରା, ଚିତନ ଦାସ, ସଂଜୟ ଭାରତି , ହବିବୁର ରହେମାନ ,ରାଜେଶ ବେଉରା,ଜଗନ ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର