Sunday , April 2 2023
Breaking News
Home / ତାଜା ଖବର / ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

ମାହାଙ୍ଗା, ୦୮/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ପରିବାର ସହିତ ବନ୍ଧୁ ଘରକୁ ଆସି ଫେରୁଥିବା ବେଳେ ଚଳନ୍ତା କାରରେ ଆକସ୍ମିକ ଭାବେ ଲାଗିଯାଇଥିଲା ନିଆଁ । ବଡ଼ଚଣା ଥାନା ପୁରସ୍ତମପୁର ଗାଁ’ର ଗୋଟିଏ ପରିବାର ଓଆର -୦୨ ଏଏନ୍ ୫୭୬୮ ନମ୍ବର ଯୁକ୍ତ ଏକ ଇଣ୍ଡିକା କାର ଯୋଗେ କୁମୁଡା ଜୟପୁର ଅଂଚଳରୁ ନିଜ ଘରକୁ ଫେରୁଥିବା ବେଳେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପରୀକ୍ଷିତ ବିଶ୍ୱାଳ ନାମକ ବ୍ୟକ୍ତି ଜଣକ ନିଜ ଭଉଣୀ ଘର ଜଇପୁରକୁ ପରିବାରର ଅନ୍ୟ ୫ ଜଣଙ୍କୁ ନେଇ ଯାଇଥିଲେ । ଆଜି ସକାଳେ ସେମାନେ ଘରକୁ ଫେରିବା ବାଟରେ ମଧୁପୁର ମୁସଲମାନ ସାହି ନିକଟରେ କାର ରେ ନିଆଁ ଲାଗିଯାଇଥିଲା । ଗାଡିଟି ହୁତୁହୁତୁ ହୋଇ ଜଳିଯାଇଥିଲା । ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ କାର ଡ୍ରାଇଭର ଗାଡି ଭିତରୁ ୨ ଜଣ ଛୋଟ ପିଲାଙ୍କ ସହିତ ଅନ୍ୟ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାପଡିଛି ।
ଅଗ୍ନୀଶମ ବାଭାଗ ଗାଡି ଘଟଣାସ୍ଥଳୀରେ ପହଂଚିବା ବେଳକୁ କାରଟି ସମ୍ପୂର୍ଣ୍ଣ ଜାଳିସାରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.