ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ସରକାରଙ୍କ ନିର୍ଦ୍ଧେଶ ମୁତାବକ ସୋମବାର ଏକାଦଶ ଓ ନବମ ଶ୍ରେଣୀ ଖୋଲିଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ସକାଳ ସାଢେ ୮ଟାରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇଛି ।ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଂଚିବା ପରେ ସେମାନଙ୍କ ହାତକୁ ସାନିଟାଇଜରରେ ସଫା କରାଯାଇଥିଲା । ସମସ୍ତଙ୍କୁ ମାସ୍କ ପିନ୍ଧି ବିଦ୍ୟାଳୟକୁ ପ୍ରବେଶ କରିବାକୁ କଡ଼ା ପରାମର୍ଶ ଦିଆଯାଇଥିଲା । ଶ୍ରେଣୀରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଫୁଲ,ଚନ୍ଦନ ଦେଇ ସ୍ୱାଗତ ଜଣାଇଥିଲେ । ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ନିୟମ କାନୁନ ସଂପର୍କରେ ସୂଚନା ଦେବା ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦିଅଯାଇଥିଲା । ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର