Monday , March 27 2023
Breaking News
Home / ରାଜନୀତି / କଂଗ୍ରେସର ସାମ୍ବାଦିକ ସମ୍ମିଳନି – ମାଟି ପାଇଁ ପାଟି ଖୋଲ

କଂଗ୍ରେସର ସାମ୍ବାଦିକ ସମ୍ମିଳନି – ମାଟି ପାଇଁ ପାଟି ଖୋଲ

କେନ୍ଦ୍ରାପଡା, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ସଂଗଠନ ପକ୍ଷରୁ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନିରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୈାରହିତ୍ୟ କରି କଂଗ୍ରେସର “ମାଟି ପାଇଁ ପାଟି ଖୋଲ” ଆହ୍ୱାନ ଦେଇ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ତୁରନ୍ତ ପ୍ରତିଷ୍ଠା ନିମନ୍ତେ ଆସନ୍ତା ଫେବୃୟାରୀ ମାସ ୧୦ତାରିଖରେ ଏକ ମହା ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉର ସୂଚନା ଦେଇଥିଲେ । ଶ୍ରୀ ବେହେରା କହିଥିଲେ ଯେ ଯେହେତୁ ଏହି ଜିଲ୍ଲାରେ ୧୫ଲକ୍ଷ ଲୋକ ବାସକରନ୍ତି ଓ ତନ୍ମଧ୍ୟରୁ ୭୦ଭାଗରୁ ଉଦ୍ଧ୍ୱର୍ କୃଷି ଉପରେ ନିର୍ଭର କରନ୍ତି ସେମାନେ ବେସରକାରୀ ହସପିଟାଲରେ ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ଅସମର୍ଥ । ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଉପଜାତିଙ୍କ ସଂଖ୍ୟା ମଧ୍ୟ ୨୨ଭାଗ ହୋଇଥିବା ବେଳେ ଦାରିଦ୍ର୍ୟ ସୀମାରେଖା ତଳେ ଅଧିକାଂଶ ଲୋକ ରହିଛନ୍ତି । ତେଣୁ ସେମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଜରୁରୀ । ଦ୍ୱିତୀୟରେ ସରକାର ଇତି ମଧ୍ୟରେ ୬ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିସାରିଲେଣି । କଂଗ୍ରେସ ଦଳ ତାହାକୁ ସ୍ୱାଗତ କରେ । କିନ୍ତୁ ଯଦି ୬ଟି ଜିଲ୍ଲାରେ ମେଡିକାଲ କଲେଜ ହେବ ତେବେ କେନ୍ଦ୍ରାପଡାରେ କାହିଁକି ବାଦ ପଡିବ । ଶ୍ରୀ ବେହେରା କ୍ଷୋଭ ପ୍ରକାଶ ସହ କହିଥିଲେ ଯେ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାନସଭା ପ୍ରତିନିଧି କେନ୍ଦ୍ରାପଡାର ଏହି ସର୍ବବୃହତ ଦାବି ସଂକ୍ରାନ୍ତରେ ପଥର ପାଲଟିଛନ୍ତି । ଏହା ର୍ଦୁଭାଗ୍ୟ ଜନକ । କଂଗ୍ରେସ ଜିଲ୍ଲାର ପ୍ରତିନିଧିମାନଙ୍କ ଏହି ଉଦାସୀନତାର ତୀବ୍ର ନିନ୍ଦା କରୁଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରାପଡା ହେବ ନମ୍ବର-୧ ସ୍ଳୋଗାନ ନିରର୍ଥକ ହୋଇପଡିଛି । ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଅବିଚାର ମଧ୍ୟ ପିଡାଦାୟକ । କାଳବିଳମ୍ବନକରି ମୁଖ୍ୟମନ୍ତ୍ରୀ କଂଗ୍ରେସର ଦାବିକୁ ସମ୍ମାନ ଦେଇ କେନ୍ଦ୍ରାପଡାବାସୀଙ୍କ ଆବଶ୍ୟକତା ପୁରଣ କରନ୍ତୁ । କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଘୋଷଣା କରନ୍ତୁ ବୋଲି ଶ୍ରୀ ବେହେରା ଦାବି କରିଥିଲେ । ଆସନ୍ତା ୧୦ତାରିଖ ଆନ୍ଦୋଳନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ, ରାଜ୍ୟ ଉପସଭାପତି ଜ୍ଞାନଦେବ ବେହୁରା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ସଭାପତି ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପାଟକୁରା କଂଗ୍ରେସ ନେତା ଜୟନ୍ତ ମହାନ୍ତି, ମହାକାଳପଡା କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କାଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ନେତୃ ମଣ୍ଡଳୀ ଯୋଗଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସୋସିଆଲ ମେଡିଆ ସେଲର ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ ସଂଚାଳନ କରିଥିବା ବେଳେ କଂଗ୍ରେସ ନେତା ମହମ୍ମଦ ଆକବର ଅଲ୍ଲୀ, ଚିନ୍ମୟ ପ୍ରସାଦ ବେଉରା, ଶିବ ପ୍ରସାଦ ବିଶ୍ୱାଳ, ସୈାମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ହିବଜୁର ରହେମାନ, ଭାଗିରଥୀ ଜେନା, ଜ୍ଞାନରଞ୍ଜନ ମହାନ୍ତି, ଆଶିଷ ମେକାପ, ମହେନ୍ଦ୍ର ପରିଡା, ଗୋପାଳକୃଷ୍ଣ ଜେନା, ମୀର ମୁର୍ଶିଦ, ପ୍ରଭାତ କୁମାର ଉଡାନସିଂ, ସିଦ୍ଧାର୍ଥ ଜେନା, ରତିକାନ୍ତ ସାମଲ, ପୀତବାସ ବେହେରା, ସଞ୍ଜିବ ବିଶ୍ୱାଳ, ଦେବବ୍ରତ ତ୍ରିପାଠୀ, ହିମାଂଶୁ ବେହେରା, ଅନ୍ତର୍ଯ୍ୟାମୀ ସ୍ୱାଇଁ, କମଳାକାନ୍ତ ବେହେରା, ରାଜେଶ ମହାନ୍ତି ମୃତୁ୍ୟଞ୍ଜୟ ମହାନ୍ତି, ସୟଦ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ଫେବୃୟାରୀ ୧୦ରେ ମାଟି ପାଇଁ ପାଟି ଖୋଲ ଆନ୍ଦୋଳନକୁ ସଫଳ କରିବାକୁ କେନ୍ଦ୍ରାପଡାବାସୀଙ୍କୁ ଶ୍ରୀ ବେହେରା ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.