ରଘୁନାଥପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଓଡ଼ପଡା ଗ୍ରାମର ଆଦର୍ଶ ପ୍ରଧାନଶିକ୍ଷକ ବିରକିଶୋର ପଟ୍ଟନାୟକଙ୍କର ୭୮ବର୍ଷ ବୟସରେ ରବିବାର ପ୍ରତୁ୍ୟଷରୁ ସ୍ୱର୍ଗାରୋହଣ କରିଛନ୍ତି । ସେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ହେବା ସହିତ ଛାତ୍ରବତ୍ସଳ, ସ୍ନେହୀ, ମିଷ୍ଟଭାଷୀ, କର୍ତବ୍ୟପରାୟଣ ଓ ପରୋପକାରୀ ବ୍ୟକ୍ତିଥିଲେ । ସେ ଓଡ଼ପଡ଼ା ସାନପାରୀ ଦୁର୍ଗାପୂଜା କମିଟିର ସଭାପତି ଥିଲେ । ତାଙ୍କ ମରଶରରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ବଡ଼ପୁଅ ବିଶ୍ୱଜିତ୍ ମୁଖାଗ୍ନି ଦେଇଥିବାବେଳେ ସାନପୁଅ ଜଗଦିଶ୍, ଝିଅ ସୁଜାତା ଜ୍ୱାଇଁ ପ୍ରଶାନ୍ତ ଉପସ୍ଥିତ ଥିଲେ । ତାଙ୍କର ମୃତୁ୍ୟ ଖବର ପାଇ ତାରିଣୀ ଚରଣ ପଟ୍ଟନାୟକ, ଉଚ୍ଚ ଶିକ୍ଷାବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରୁନୁ କିଶୋର ପଟ୍ଟନାୟକ, ପରୀକ୍ଷିତ ପଟ୍ଟନାୟକ, ଗୋଲେଖ ପଟ୍ଟନାୟକ, ସୁଶାନ୍ତ କୁମାର ପଟ୍ଟନାୟକ, ଅମିୟ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ସମାଜସେବୀ ଗୁରୁ ନାରାୟଣ ମହାନ୍ତି, ସମାଜସେବୀ ବିଜୟ କୁମାର ସ୍ୱାଇଁ, ରାଜ୍ୟଶିକ୍ଷକନେତା ଜୟ ପ୍ରକାଶ ପଣ୍ଡା, ଜିଲ୍ଲା ଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ୍, ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସାଂସଦ ପ୍ରତିନିଧି ଗୌତମ ପାଲିତ, ବିଜେଡି ନେତା ଶିବରାମ ସାହୁ, ସମିତି ସଭ୍ୟ ବିଦ୍ୟାଧର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା, ଶିକ୍ଷକନେତା ଯଦୁନାଥ ଜେନା, ଯତିନ୍ଦ୍ର ଆଚାର୍ଯ୍ୟ, କାଂଚନବାଳା ମହାପାତ୍ର, ଇନ୍ଦୁଭୂଷଣ ଲେଙ୍କା, ସଞ୍ଜୟ ପଟ୍ଟନାୟକ, ଦିଲ୍ଲିପ୍ କୁମାର ମଲ୍ଲ, ବିନୋଦ ପଟ୍ଟନାୟକ, କେଦାରନାଥ ପଟ୍ଟନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶବାଧାରରେ ମାଲ୍ୟାର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଓଡ଼ିଶା ସମାଚାର