Saturday , April 1 2023
Breaking News
Home / କ୍ରୀଡ଼ା / ଅରିସଲ କ୍ରିକେଟ ଟୁର୍ଣ୍ଣାମେଂଟ: ବୀରକେଶରପୁର କ୍ରିକେଟ କ୍ଲବ ବିଜୟୀ

ଅରିସଲ କ୍ରିକେଟ ଟୁର୍ଣ୍ଣାମେଂଟ: ବୀରକେଶରପୁର କ୍ରିକେଟ କ୍ଲବ ବିଜୟୀ

ନିରାକାରପୁର, ୦୮/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅରିସଲ ଗ୍ରାମରେ ମା ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଚାଲିଥିବା ଅରିସଲ କ୍ରିକେଟ ଟୁର୍ଣ୍ଣାମେଂଟର ଆଜିର ମ୍ୟାଚ ବଡ଼ପାରୀ କ୍ରିକେଟ କ୍ଲବ ସହିତ ବୀର କେଶରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ବଡ଼ପାରୀ ଦଳ ବ୍ୟାଟିଂ କରି ୧୫ ଓଭରରେ ୬ ୱିକେଟ ହରାଇ ୧୧୩ ରନ କରିଥିବାବେଳେ ତାର ଜବାବରେ ବୀରକେଶରପୁର ଦଳ ୧୨ ଓଭରରେ ଶେଷସୁଧା ୮ୱିକେଟ ହରାଇ ୧୧୪ ରନ କରି ବିଜୟୀ ହୋଇଥିଲା । ଆଜିର ଖେଳକୁ ଶ୍ରୀନିବାସ ଛୁଆଳସିଂହ ଓ ପିଂଟୁ ସାହୁ ପରିଚାଳନା କରିଥିଲେ । ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ବୃନ୍ଦାବନ ପଟ୍ଟନାୟକ, କ୍ଲବର ସଭାପତି ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭାତ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ମାନସ ପ୍ରଧାନ,ସୈାମ୍ୟ ରଞ୍ଜନ ଜେନା, ସମୀର ପ୍ରଧାନ, ମନୋରଞ୍ଜନ ସେଠୀ, ମନୋଜ କୁମାର ପ୍ରଧାନ, ସଂଗ୍ରାମ କେଶରୀ ରାୟ, ଆଦିତ୍ୟ ଛୁଆଳସିଂହ,ଲୁଲୁ ସେନାପତି ଓ ବୁବୁନା ସେନାପତି , ଦୀପକ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.