Saturday , September 25 2021
Breaking News
Home / କ୍ରୀଡ଼ା / ଏୱାନ ୟଙ୍ଗଷ୍ଟାର କ୍ରିକେଟ:  ଅଟ୍ରି ଇଲେଭେନ ଷ୍ଟାନ ଚାମ୍ପିଆନ

ଏୱାନ ୟଙ୍ଗଷ୍ଟାର କ୍ରିକେଟ:  ଅଟ୍ରି ଇଲେଭେନ ଷ୍ଟାନ ଚାମ୍ପିଆନ

ନିରାକାରପୁର, ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଏୱାନ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଦ୍ୱିତୀୟ ବାର୍ଷିକ କ୍ରିିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ଖେଳରେ ଏନସିସି ,ରାମେଶ୍ୱରକୁ ଅଟ୍ରି ଇଲେଭେନ ଷ୍ଟାର ଭେଟିଥିଲା । ପ୍ରଥମେ ରାମେଶ୍ୱର ଏନସିସି ବ୍ୟାଟିଂ କରି ୧୫ ଓଭରରେ ୯ ୱକେଟ ହରାଇ ୧୦୧ ରନ କରିଥିବାବେଳେ ବିଜୟ ଲକ୍ଷ୍ୟରେ ଅଟ୍ରି ଦଳ ତାର ୭ ୱିକେଟ ହରାଇ ୧୪ ଓଭରରେ ୨ବଲରେ ୧୦୨ ରନ ସଂଗ୍ରହ କରି ବିଜୟ ହୋଇ ଚଳିତ ବର୍ଷର ଚାମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଆଜି ଖେଳକୁ ଏୱାନ ଷ୍ଟାରର ବରିଷ୍ଠ ଆମ୍ପିଆର ବିଜୟ କୁମାର ନାୟକ ଓ କାହ୍ନୁ ଚରଣ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଛଣଗିରି ପୂର୍ବତନ ସରପଂଚ ନନ୍ଦ କିଶୋର ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ତଥା ମା ଭଗବତୀ ଫୁଟବଲ ଆସୋଏସିଏନ ସଭାପତି ମାନସ ଦାସ , ମହାନ ଆଦିବାସୀ ଦଳିତ ପରିବାର ସଭାପତି ମୋହନ ନାୟକ ଓ ସାନ୍ତୁନ କୁମାର ନାୟକ  ପ୍ରମୁଖ ଯୋଗଦେଇ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା …

Leave a Reply

Your email address will not be published. Required fields are marked *