Thursday , March 23 2023
Home / ବିଶେଷ / ସାଙ୍ଗ ପାଇଁ ଜୀବନ ହାରିଲେ ସାଙ୍ଗ

ସାଙ୍ଗ ପାଇଁ ଜୀବନ ହାରିଲେ ସାଙ୍ଗ

ପାରାଦୀପ,୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ରବିବାର ଦିନ ପାରାଦୀପ ଉପକଣ୍ଠ ପାରଦୀପ ଗଡ ଗ୍ରାମ ର ଜନୈ÷କା କଲେଜ ପଢୁଆ ଜୀବନ ଠାରୁ ଅଧିକ ଭଲ ପାଉଥିବା ସାଙ୍ଗ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପାରାଦୀପ ଗଡ ଗା୍ରମ ର ମହେନ୍ଦ୍ର ସେଠୀ ଙ୍କ ସୌଭାଗିନୀ ଓ ପାଖ ଗ୍ରାମ ର ଅନ୍ୟ ଏକ ଝିଅ କେନ୍ଦ୍ରାପଡା ର ଏକ କଲେଜ ରେ ସାଙ୍ଗ ହୋଇ ଯୁକ୍ତ ଦୁଇ କଳା ରେ ଅଧ୍ୟୟନ କରୁଥିଲେ । ଉଭୟେ ସାଙ୍ଗ ହୋଇ କଲେଜ ଯିବାଆସିବା କରନ୍ତି ଏବଂ ଏକାଠି ସାଙ୍ଗ ହୋଇ ବହୁ ସମୟ ବୁଲାବୁଲି ମଧ୍ୟ କରନ୍ତି । ମାତ୍ର କୌଣସି କାରଣ ରୁ ଦୁଇ ସାଙ୍ଗ ଙ୍କ ମଧ୍ୟ ରେ ୬ ଦିନ ପୂର୍ବ ରୁ ସାମାନ୍ୟ ଝଗଡା ହୋଇଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟ ରେ କଥାବାର୍ତା ନଥିଲା । ସେହି ଦିନ ଠାରୁ ସୌଭାଗିନୀ ଚୁପ୍ ଚାପ୍ ରହୁଥିଲେ । ରବିବାର ଦିନ ମଧ୍ୟାହ୍ନ ରେ ସୌଭାଗିନୀ ଙ୍କ ପରିବାର ଲୋକ ମଧ୍ୟାହ୍ନ ଭୋଜନ ସାରି ନିଜ ନିଜ କାମ ରେ ବ୍ୟସ୍ତ ଥିବା ବେଳେ ସୌଭାଗିନୀ ନିଜ ଘରେ ବେକ ରେ ରସି ଲଗାଇ ଦେଇଥିଲେ । ଏହା ଦେଖି ପରିବାର ଲୋକ ତାଙ୍କୁ ତୁରନ୍ତ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା କୁ ନେଇ ସେଠା ରେ ଶୋକ ର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.