Saturday , May 28 2022
Breaking News
Home / ବିଶେଷ / ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତାଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ

ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତାଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ

ପାରାଦୀପ ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ଅଂଚଳର ସୁନାମଧନ୍ୟ ଶିକ୍ଷକ, ବରିଷ୍ଠ କୃଷକ ଓ ଶିକ୍ଷକ ନେତା ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ତାଙ୍କ ବଳରାମପୁର ସ୍ଥିତ ବାସଭବନରେ ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଅଷ୍ଟମ ପ୍ରହର ନାମ ସଂକୀର୍ତନ, ଡାକ୍ତରଖାନାରେ ରୋଗି ମାନଙ୍କୁ ଫଳ ଓ ବସ୍ତ୍ର ବଂଟନ, ସ୍ୱଗୃହରେ ଶ୍ରାଦ୍ଧକ୍ରମ, ଗୀତାପାଠ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଆୟୋଯିତ ଏକ ସ୍ମୃତି ସଭାରେ ସ୍ମୃତି ସଂସଦର ସଭାପତି ସରୋଜ କୁମାର ପଟ୍ଟନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ, ପୂର୍ବତନ ସାଂସଦ ଡା. କୁଳମଣୀ ସାମଲ, ପା୍ରକ୍ତନ ପ୍ରଧାନ ଶିକ୍ଷକ ମନୋରଂଜନ ଦାସ, ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀ ପ୍ରମୁଖ ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଜୀବନ ଆଦର୍ଶ, ଲୋକସେବା, ପରୋପକାରୀ ଗୁଣ ଓ କୃଷକ, ଶିକ୍ଷକ ମାନଙ୍କୁ ଦୃଢ ନେତୃତ୍ୱ ସଂପର୍କରେ ଆଲୋପାତ କରି ସ୍ମୃତି ଚାରଣରେ ଅଭିଭାଷଣ ପ୍ରଦାନ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପ କୁଜଙ୍ଗ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )-  ADIP ଓ  RVY  ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *