କେନ୍ଦ୍ରାପଡା,୦୭/୦୨/୨୦୨୧(ଓଡ଼ିଶା ସମାଚାର)-ଶୁକ୍ରବାର ରାତିରେ ମଦପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ୨ଜଣ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ସଦର ଥାନା ପୋଲିସ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଗାଡିନମ୍ବର – ଓଡି- ୦୨- ଏଜେଡ- ୮୨୩୩ ବିଶିଷ୍ଟ କାରରେ ୨ଜଣ ଯୁବକ ଓ ଜଣେ ଯୁବତୀ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ଗତ ଶୁକ୍ରବାର ରାତିରେ ସଦର ଥାନା ଅଂଚଳର ଏକ ରାସ୍ତାଉପରେ ମଦପିଇ ପାଟିତୁଣ୍ଡ କରୁଥିଲେ । ଏସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ସଦର ଥାନା ପୋଲିସ ସେମାନଙ୍କୁ ଥାନାକୁ ଆଣିବା ସହ ସେମାନଙ୍କ ଠାରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …