Tuesday , March 28 2023
Breaking News
Home / ରାଜନୀତି / ବିଜେପିର କାର୍ଯ୍ୟକର୍ତା ପ୍ରଶିକ୍ଷଣ ଶିବିର

ବିଜେପିର କାର୍ଯ୍ୟକର୍ତା ପ୍ରଶିକ୍ଷଣ ଶିବିର

ନିରାକାରପୁର, ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ଜନାତା ପାର୍ଟି ବଡପୋଖରୀଆ ମଣ୍ଡଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିବା ସହିତ ଦଳ ବିଚାର ଓ ଭାରତର ବୈଚାରିତ ମୁଖ୍ୟଧାରା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ମଣ୍ଡଳ ଅନ୍ତର୍ଗତ ସାତୋଟି ପଂଚାୟତରୁ ଦୁଇଶହ ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଉପସଭାପତି ଶ୍ରୀ ରଂଜନ ମଙ୍ଗରାଜ,ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, କୃଷକ ନେତା କେଳୁ ଜଗଦେବ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ନିଜ ନିଜର ଉପାଦେୟ ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡଇତରାୟଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଶିବିରକୁ ମଣ୍ଡଳ ସଭାପତି ବିପିନ୍ କୁମାର ପାଲଟାସିଂହ ପରିଚାଳନା କରିଥିବା ବେଳେ ଯୁବ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଆଶିଷ କୁମାର ବରିଶଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବନେତା ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପୂର୍ବତନ ସଭାପତି ସୁନୀଲ ପଟ୍ଟନାୟକ,ଦିଲ୍ଲୀପ ମିଶ୍ର,ଗୋଦାବାରୀ ସାହୁ,ସ୍ମୃତିରଇଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ସାହୁ,ପ୍ରମୁଖ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ପ୍ରଦୋଶ ହରିଚନ୍ଦନ,ଶିବିର ପ୍ରମୁଖ ଚିତରଂଜନ ଭୋଳ,ଯୁବନେତା କିଶୋର ବରାଳ,ଶୁଭ୍ରଜିତ୍ ମଙ୍ଗରାଜ, ଯୁଧିଷ୍ଟିର ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ସିଂ,ହରେକୃଷ୍ଣ ମହାନ୍ତି,ବିଜୟ କୁମାର ରାଉତରାୟ,ଅକ୍ଷୟ କୁମାର ଦାସ୍,ପ୍ରଦ୍ୟୁମ୍ନ ପରମାଣି.ଶେଷଦେବ ବେହେରା ସକ୍ରିୟ ଅଶଂଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.