Saturday , April 1 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବନ୍ଦ ରହିଲା ଓଳାଶୁଣୀ ମେଳା – ଗୁମ୍ଫା ଯାତ୍ରା ଉପରେ ୧୪୪ ଧାରା ଜାରୀ

ବନ୍ଦ ରହିଲା ଓଳାଶୁଣୀ ମେଳା – ଗୁମ୍ଫା ଯାତ୍ରା ଉପରେ ୧୪୪ ଧାରା ଜାରୀ

ମାହାଙ୍ଗା,୦୭/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଓଡ଼ିଶାର ସବୁଠାରୁ ବଡ଼ ମେଳା ଓଳାଶୁଣୀ ପୀଠରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲାଗୁ କରିଛି ।
କୋଭିଡ କଟକଣା ପାଇଁ ପ୍ରଶାସନକୁ ଏଭଳି କଠୋର ପଦକ୍ଷେପ ନେବାକୁ ପଡିଛି । କେବଳ ପ୍ରଭୁଙ୍କ ନିତି କାନ୍ତି ଏବଂ ପୂଜା ଉପଚାର ଭିତରେ ଅଟକି ଯାଇଛି ଓଳାଶୁଣୀ ମେଳା । ଯାହାକୁ ନେଇ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଦୁଃଖ ଏବଂ ନୈରାଶ୍ୟ ସୃଷ୍ଟି ହୋଇଛି ।
ସନ୍ଥ ଅରକ୍ଷୀତ ଦାସ ଥିଲେ ଭାରତ ବର୍ଷର ଜଣେ ଶ୍ରେଷ୍ଠ ମହାପୁରୁଷ । ସନାତନ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆଜିବି ସେ ସବୁଠି ପୂଜ୍ୟ । ରାଜ ପରିବାରରେ ଜନ୍ମ ହୋଇଥିଲେବି ପ୍ରାଚୁର୍ୟ୍ୟ ଏବଂ କ୍ଷମତା ଠାରୁ ମୁହଁ ଫେରାଇ ସମାଜର ମଙ୍ଗଳପାଇଁ ସେ ଯୋଗୀ ହୋଇଯାଇଥିଲେ ।
ଓଳାଶୁଣୀ ଯାତ୍ରା ଓଡ଼ିଶାରେ ଗୁମ୍ଫା ଯାତ୍ରା ନାମରେ ପ୍ରସିଦ୍ଧ । ଯାଜପୁର, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମଧ୍ୟ ସ୍ଥଳୀରେ ଓଳାଶୁଣୀ ପର୍ବତ ଅବସ୍ଥିତ । ଏହି ପାହାଡ ପର୍ବତ ବନ ଜଙ୍ଗଲ ଘେରା ଅଗମ୍ୟ ସ୍ଥାନରେ ତପସ୍ୟା କରିଥିଲେ ।
ସନ୍ଥ ଅରକ୍ଷୀତ ଦାସ । ତାଙ୍କର ମହାପ୍ରୟାଣ ତିଥିକୁ ମନେ ରଖିବାପାଇଁ ଆଜକୁ ୧୮୪ ବର୍ଷ ଧରି ଏହି ଉତ୍ସବ ପାଳିତ ହୋଇଆସୁଛି । କୋଭିଡ କଟକଣା ଯୋଗୁଁ ଏବର୍ଷ ଗୁମ୍ଫା ଯାତ୍ରା ବା ଓଳାଶୁଣୀ ମେଳା ବନ୍ଦ ରହିଛି ।
ଏହି ସ୍ଥାନରେ ୧୪୪ ଲାଗୁହୋଇ ଥିବାରୁ ନିକଟସ୍ଥ ଗାଙ୍ଗୀ ପର୍ବତ ଉପରେ ଅଷ୍ଟମ ଓଳାଶୁଣୀ ଗୁମ୍ଫା ମହୋତ୍ସବ ପାଳନ ହେବା ଦେଖିବାକୁ ମିଳିଛି । ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ ପାଟ୍ଟସାହାଣୀ, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି, ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର, ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ ଭୂୟାଁ ଏବଂ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।ବ୍ୟବସାୟୀଙ୍କ ଠାରୁ ଭକ୍ତ ମାନଙ୍କ ପର୍ୟ୍ୟନ୍ତ ସମସ୍ତେ ଦୁଃଖିତ । ରାଜ୍ୟର ଅନ୍ୟ ସ୍ଥାନରେ ମେଳା ମହୋତ୍ସବ ପାଇଁ ଅନୁମତି ଥିଲାବେଳେ, ଓଳାଶୁଣୀ ପୀଠରେ ୧୪୪ ଧାରା ଜାରିହେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ରଶାସନ ଏହାର ପୁନର୍ବିଚାର କରି ମେଳା ପାଇଁ ଅନୁମତି ଦେବା ପାଇଁ ପୁନର୍ବାର ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.