ପାରାଦ୍ୱୀପ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ଫ୍ରନ୍ଟଲାଇନ୍ କର୍ମଚାରୀ ମାନଙ୍କୁ ତିନିଗୋଟି ସେସନ୍ସ ସାଇଟ୍ ରେ ଟୀକାକରଣର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ କୋଭିଡ୍ – ୧୯ ପ୍ରତିଷେଧକ ଟିକାକରଣର ପ୍ରଥମ ପର୍ଯ୍ୟାୟ ଶନିବାର ଶୁଭାରମ୍ଭ ହୋଇଛି । ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀର ଓ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଏହି ଅଭିଯାନର ଉଦଘାଟନ କରିଥିଲେ । ଏହି ଅବସରରେ ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା, ଚିକିତ୍ସାଳୟର ଅଧିକାରୀ, କର୍ମରୀ ମାନେ ଉପସ୍ଥିତ ରହି ଏହି ଟୀକାରଣକୁ ଉତ୍ସାହିତ କରିଥିଲେ । ସରକାରଙ୍କ ନିର୍ଦ୍ଧେଶାବଳୀ ଅନୁଯାୟୀ ଜାନୁଆରୀ ୧୯,୨୦୨୧ରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଥମେ ଟୀକାକରଣ କରାଯାଇଥିଲା । ଶନିବାର ବନ୍ଦରର ୧୦୦ଜଣ ଫ୍ରନ୍ଟଲାଇନ୍ (ସିଆଇଏସଏଫ୍) କର୍ମଚାରୀଙ୍କୁ ଟୀକାକରଣ କରାଯାଇଥିଲା ଏବଂ ଏଥିରେ କୌଣସି ପ୍ରତିକୂଳ ପ୍ରତିକି୍ରୟା ଅଭିଯୋଗ ଆସିନାହିଁ । ସେହିପରି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ କୋଭିଡ୍-୧୯ ଟୀକାକରଣର ଶୁଭାରମ୍ଭ କରିଥିଲେ । ଜଗତସିଂହପୁର ଜିଲ୍ଲା ପୋଲିସ୍ ଷ୍ଟେସନ ଠାରେ ଟୀକାକରଣ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଶୁଭାରମ୍ଭ କରି ପ୍ରଥମେ କୋଭିଡ୍ ଟୀକା ଗ୍ରହଣ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୀକାକରଣ ଫେବୃଆରୀ ୬,୮,୯,୧୦ତାରିଖ ପର୍ଯ୍ୟନ୍ତ ଚାଲିବ, ତେବେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଜୟା ପଣ୍ଡା, ଏଡିଏମଓ ଡା.ପ୍ରମୋଦ କୁମାର ବାରିକ, ଡିପିଏସ୍ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ପାରାଦ୍ୱୀପ ବନ୍ଦର ଓ ଜିଲ୍ଲାରେ ଫ୍ରନ୍ଟ ଲାଇନ୍ କର୍ମଚାରୀଙ୍କ ପାଇଁ କୋଭିଡ୍-୧୯ ପ୍ରଥମ ପର୍ଯ୍ୟାୟ ଟୀକାକରଣର ଶୁଭାରମ୍ଭ