Monday , March 27 2023
Breaking News
Home / ବିଶେଷ / ନାବାଳିକାକୁ  ଏକତରଫା ପ୍ରେମ କରି ହଇରାଣ କରିବା ଘଟଣାରେ ଅଭିଯୁକ୍ତ ଗିରଫ

ନାବାଳିକାକୁ  ଏକତରଫା ପ୍ରେମ କରି ହଇରାଣ କରିବା ଘଟଣାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା,୦୭/୦୨/୨୦୨୧(ଓଡ଼ିଶା ସମାଚାର)-ଜନୈକ ନାବାଳିକାକୁ ଏକ ତରଫା ପ୍ରେମ କରି ବିଭିନ୍ନ ସମୟରେ ହଇରାଣ କରିବା ଅଭିଯୋଗରେ ଜଣେ ଯୁବକକୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହାଲପୁର ଗ୍ରାମର ଜନୈକ ୧୬ବର୍ଷର ନାବାଳିକାକୁ ଏକ ତରଫା ପ୍ରେମ କରି ତାକୁ ହଇରାଣ ହରକତ କରିବା ଓ ଧମକ ଦେବା ଅଭିଯୋଗରେ ୫୬/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଆଇପିସିର ଧାରା ୩୪୧, ୩୫୪(କ) ଓ ୫୦୬ଦଫାରେ ସେହି ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଅଜୟ କୁମାର ସେଠୀଙ୍କ ପୁଅ ଲିଟୁ ଓରଫ ତୁଷାରକାନ୍ତ ଦାସ (୨୩)କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.