କେନ୍ଦ୍ରାପଡା,୦୭/୦୨/୨୦୨୧(ଓଡ଼ିଶା ସମାଚାର)-ଦୁହୁରିଆ ବଜାର କମିଟିର କର୍ମକର୍ତାମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତିିକରି ୨ଟି ମାମଲା ସଦର ଥାନାରେ ରୁଜୁ ହୋଇଥିବା ବେଳେ ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିଲା । ସେହି ଘଟଣାରେ ଶନିବାର ଅନ୍ୟ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଥାନା କେଶ ନମ୍ବର – ୫୮/୨୦୨୧ରେ ଆଇପିସିର ୩୪୧, ୨୯୪, ୩୨୩, ୩୮୫, ୫୦୬ ଓ ୩୪ଦଫାରେ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟପକ୍ଷର ଅଭିଯୋଗ କ୍ରମେ ଥାନା କେଶ ନମ୍ବର ୫୯/୨୦୨୧ରେ ଆଇପିସିର ଧାରା ୧୪୭, ୧୪୮, ୩୨୩, ୩୮୫, ୧୪୯ରେ ମାମଲା ରୁଜୁ କରାଯାଇଛି । ସଦର ଥାନା ଅନ୍ତର୍ଗତ ମରଡପୁର ଗ୍ରାମର ଅଭିଯୁକ୍ତ ଗଦାଧର ସାହୁଙ୍କ ପୁଅ କ୍ଷେତ୍ରବାସୀ ସାହୁଙ୍କୁ ପୂର୍ବରୁ ଗିରଫ କରାଯାଇ ଥିବା ବେଳେ ଶନିବାର ସେହି ଗ୍ରାମର ଧନେଶ୍ୱର ସାହୁଙ୍କ ପୁଅ ଅନନ୍ତ କୁମାର ସାହୁ ଓ ସନାତନ ସାହୁଙ୍କ ପୁଅ ସୈାମ୍ୟରଞ୍ଜନ ସାହୁଙ୍କୁ ଗିରଫ କରାଯାଇଥିଲା । ଉଭୟ ପକ୍ଷରୁ ଗିରଫ କରାଯାଇଥିବା ୩ଜଣ ଅଭିଯୁକ୍ତଙ୍କୁ ୪୧ସିରେ ଜାମିନ ପ୍ରଦାନ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର
Check Also
ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା
ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …