Thursday , March 23 2023
Home / କ୍ରୀଡ଼ା / ଜାହାନିଆ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ମ୍ୟାଚ ରେ ତେଣ୍ଡାକୁଡ଼ା ବିଜୟୀ

ଜାହାନିଆ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ମ୍ୟାଚ ରେ ତେଣ୍ଡାକୁଡ଼ା ବିଜୟୀ

ଗରଦପୁର,୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ର ଜାହାନିଆ ସ୍ପୋଟିଂ କ୍ଲବ ଅନୁକୂଲ୍ୟ ରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ର ଆଜି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ତେଣ୍ଡାକୁଡ଼ା ଓ ତାଳକୁସୁମା ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ଏ ଥିରେ ତେଣ୍ଡାକୁଡ଼ା ୩୨ ରନ ରେ ବିଜୟ ହାସଲ କରିଥିଲା।
ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ରବି ସାମଲ ଯୋଗ ଦେଇ ଦୁଇ ଦଳ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚ କୁ ଦେଖିବାପାଇଁ ଅଂଚଳର ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରେମୀ ଦର୍ଶକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଖେଳ ଉପଭୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.