ସାଲେପୁର ୬/୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କୃଷି ଆଇନ ପ୍ରତ୍ୟାହାର ଦାବିକୁ ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କଟକ ଚାନ୍ଦବାଲି ରାସ୍ତାର ପଦ୍ମପୁର ଠାରେ ଶତାଧିକ କମ୍ୟୁନିଷ୍ଟ ପାର୍ଟି ଓ କୃଷକ ମାନେ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ। ସିପିଆଇ ନେତା ତଥା ସାଲେପୁର ବ୍ଲକ ମୂତାରିଫା ପଞ୍ଚାୟତର ସମିତି ସଭ୍ୟ ଉଦୟ କେଶରୀ ବର୍ମାଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା। କୃଷକ ମାନଙ୍କ ଦାବି ଯେ ଦିଲ୍ଲୀରେ କୃଷକଙ୍କୁ ହୋଇଥିବା ଅତ୍ୟାଚାର ଓ ତିନି କଳା ଆଇନକୁ ବିରୋଧ କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶତାଧିକ କୃଷକ ଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେବା ସହ ଅଟକ ରଖିଛି।ଓଡ଼ିଶା ସମାଚାର