Monday , March 27 2023
Breaking News
Home / ବିଶେଷ / କଳାକାର ଓଡିଶା ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

କଳାକାର ଓଡିଶା ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

ମାହାଙ୍ଗା,୦୭/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ରାଜ୍ୟର ଅଗ୍ରଣୀ ସାହିତ୍ୟ ଏବଂ ସଂସ୍କୃତି ଅନୁଷ୍ଠାନ “କଳାକାର ଓଡିଶା”ପକ୍ଷରୁ ଓଳାଶୁଣୀ ପୀଠରେ ଏକ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କବି ସତ୍ୟବ୍ରତ ପୁହାଣଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବକୁ ମହନ୍ତ ଡକ୍ଟର ନାମାନନ୍ଦ ଦାସ ଉଦଘାଟନ କରିଥିଲେ । କଳାକାର ଓଡିଶା ଦ୍ୱାରା ପ୍ରକାଶିତ ଏବଂ ପଦ୍ମଲାଭ ମହାନ୍ତିଙ୍କ ରଚିତ ପୁସ୍ତକ “କଳ୍କୀ ଭଜନମାଳା”ର ପ୍ରଥମ ଖଣ୍ଡ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, କଣ୍ଠଶିଳ୍ପୀ ଶରଣାବିନ୍ଦ, ଜୀବନ ପଣ୍ଡା, ସାମାଜିକ କର୍ମୀ ରୁଦ୍ର ନାରାୟଣ ସିଂ, ସାହିତ୍ୟିକ ଅଖିଳେଶ ମହାନ୍ତି, ଆଡ଼ଭୋକେଟ ଆଲୋକ ଜେନା, ସାମ୍ବାଦିକ ଅମରେନ୍ଦ୍ର ସିଂ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇ ସନ୍ଥ ଅରକ୍ଷୀତ ଦାସଙ୍କ ସାଧନାର ଭୂମି ଓଳାଶୁଣୀ ପୀଠରେ “କଳାକାର ଓଡ଼ିଶା”ର ସାହିତ୍ୟ -ସଂସ୍କୃତି ସମ୍ବଳିତ ଭବ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ଅନୁଷ୍ଠାନ ପକ୍ଷରୁ କୋଭିଡ କଟକଣା ଭିତରେ ନିରାଡ଼ମ୍ବର ଭାବେ ବହୁ କବି, ସାହିତ୍ୟିକ, କଳାକାର, ସମାଜସେବୀ ଏବଂ ଆଧ୍ୟାତ୍ମିକ ପ୍ରବକ୍ତା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ପ୍ରଦୀପ୍ତ ମହାରଣା,ବଳରାମ ବେହେରା,ତୁଷାରଜ୍ୟୋତି ନାୟକ, ଦିବାକର ରାଉତ, ହରିହର ସାହୁ, ନିହାର ରଞ୍ଜନ ସାମଲ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.