ନିରାକାରପୁର, ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଏୱାନ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଦ୍ୱିତୀୟ ବାର୍ଷିକ କ୍ରିିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ଖେଳରେ ଏନସିସି ,ରାମେଶ୍ୱରକୁ ଅଟ୍ରି ଇଲେଭେନ ଷ୍ଟାର ଭେଟିଥିଲା । ପ୍ରଥମେ ରାମେଶ୍ୱର ଏନସିସି ବ୍ୟାଟିଂ କରି ୧୫ ଓଭରରେ ୯ ୱକେଟ ହରାଇ ୧୦୧ ରନ କରିଥିବାବେଳେ ବିଜୟ ଲକ୍ଷ୍ୟରେ ଅଟ୍ରି ଦଳ ତାର ୭ ୱିକେଟ ହରାଇ ୧୪ ଓଭରରେ ୨ବଲରେ ୧୦୨ ରନ ସଂଗ୍ରହ କରି ବିଜୟ ହୋଇ ଚଳିତ ବର୍ଷର ଚାମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଆଜି ଖେଳକୁ ଏୱାନ ଷ୍ଟାରର ବରିଷ୍ଠ ଆମ୍ପିଆର ବିଜୟ କୁମାର ନାୟକ ଓ କାହ୍ନୁ ଚରଣ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଛଣଗିରି ପୂର୍ବତନ ସରପଂଚ ନନ୍ଦ କିଶୋର ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ତଥା ମା ଭଗବତୀ ଫୁଟବଲ ଆସୋଏସିଏନ ସଭାପତି ମାନସ ଦାସ , ମହାନ ଆଦିବାସୀ ଦଳିତ ପରିବାର ସଭାପତି ମୋହନ ନାୟକ ଓ ସାନ୍ତୁନ କୁମାର ନାୟକ ପ୍ରମୁଖ ଯୋଗଦେଇ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର