ସ୍ୱେଛାକୃତ ରକ୍ତଦାନ ଶିବିରରୁ ୫୦ ୟୁନିଟ ରକ୍ତ ସଂଗ୍ରହ
ନିରାକାରପୁର,୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ୩୨ତମ ସଡ଼କ ସୁରକ୍ଷା ମାସ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ଏଆଇପିଏଲ ପରିସରରେ ଉଦଘାଟିତ ହୋଇ ମାସ ତମାମ ବିିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ ସହ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଏନଏଚଆଇ ଡ଼ାଇରେକ୍ଟର ଏ.ଏସ ରାଓ, ଏନଏଚଆଇ ଟେକ୍ନିକାଲ ମ୍ୟାନେଜର ଗୈାଥମ, ଏଆପିଏଲ ଡ଼ାଇରେକ୍ଟର ରୂପେଶ ଗର୍ଗ, ଏନଏଚଆଇ ଜେନେରାଲ ମ୍ୟାନେଜର ରାମ ଚନ୍ଦ୍ର, ଟିମ ଲିଡ଼ର ଶୁଭାଷିଶ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷାର ନିୟମ ମାନି ଚଳିବାକୁ ପରାମର୍ଶ ଦେବା ସହ ରକ୍ତ ଦାନ କରି ଅନ୍ୟକୁ ମୃତ୍ୟୁମୁଖରୁ ବଂଚାଇକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଇଏଚଏସ ମ୍ୟାନେଜର ଏଲ. ସନ୍ଦୀପ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରଇ ଓମ ପ୍ରକାଶ ମହାପାତ୍ର, ,ଚିନ୍ମୟ ସାହୁ,ପଙ୍କଜ ଶର୍ମା, ଗୈାରବ ଦାସ, ରୁପକ ପାତ୍ର,ରଞ୍ଜିତ ମହାନ୍ତି, ଉମା ଶଙ୍କର ପରିଡ଼ା,ସର୍ଭେ ମ୍ୟାନେଜର ସୂର୍ଯ୍ୟାଙ୍କ ସମେତ ପ୍ରୋଜେକ୍ଟ ମ୍ୟାନେଜର, ଡ଼େପୁଟି ପ୍ରୋଜେକ୍ଟ ମ୍ୟାନେଜର ସହ ଅନ୍ୟାନ୍ୟ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଖୋର୍ଦ୍ଧା ରେଡ଼କ୍ରସ ତରଫରୁ ଏଆଇପିଏଲ ଅଫିସର ଓ କର୍ମଚାରୀମାନଙ୍କଠାରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ୧୭ ଫ୍ରେବୃଆରୀ ପର୍ଯ୍ୟନ୍ତ ଆହୁରି ବିିଭିନ୍ନ ସଚେତନତାତ୍ମକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର