Sunday , April 2 2023
Breaking News
Home / ବିଶେଷ /     ୫୩ ନମ୍ବର ଜାତୀୟ ରାଜପଥ ରେ ମାଟି ମୋରମ ଯୋଗୁ ପ୍ରବଳ ଧୂଳି ଉଡୁଛି

    ୫୩ ନମ୍ବର ଜାତୀୟ ରାଜପଥ ରେ ମାଟି ମୋରମ ଯୋଗୁ ପ୍ରବଳ ଧୂଳି ଉଡୁଛି

          ଠିକା କାର୍ଯ୍ୟ କରୁଥିବା ବାଲାଜୀ ର ମନମୁଖୀ କାର୍ଯ୍ୟକୁ ନେଇ ଜନଅସନ୍ତୋଷ

ଭୁବନ ୦୬/୦୨/୨୦୨୧ (ଓଡ଼ିଶା ସମାଚାର)-  ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ ଭାରତ ସରକାରଙ୍କ ଅଧିନକୁ ଗଲା ପରେ ଏବେ ୪ ଥାକିଆ ରାସ୍ତାକାମ ନିର୍ମାଣ ଚାଲିଥିବା ବେଳେ  ଏକ ପାଖିଆ ବାଇପାସ ରୋଡରେ ଗାଡି ଚଳାଚଳ କରୁଛି । ଏହି ରାସ୍ତା କାମରେ ନୀଳମାଧବ ପେଟ୍ରୋଲପମ୍ପ ଠାରୁ ଅନନ୍ତପୁର ପର୍ଯ୍ୟନ୍ତ କେବଳ ବିଲ ମାଟି ସାଙ୍ଗକୁ ପ୍ରବଳ ମାତ୍ରାରେ ବେଆଇନ ମୋରମ ବ୍ୟବହାର ହେଉଥିବାରୁ ପ୍ରବଳ ଧୂଳିରେ ଲୋକେ ଅଣନିଶ୍ୱାସୀ  ହୋଇପଡୁଛନ୍ତି । ଭୁବନର ପ୍ରବେଶପଥ  ଅନନ୍ତପୁର ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ୭ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଥିବା ବେଳେ ଠିକାକାମ ନେଇଥିବା ବାଲାଜି କଷ୍ଟ୍ରକସନ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ଲୋକେ ଧୂଳିରେ ପୋତି ହୋଇପଡୁଛନ୍ତି ଓ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି  । ଲୋକମାନେ ଧୂଳିଧୂଆଁରେ ପୋତିହେବା ଫଳରେ ବିଭିନ୍ନ  ଚର୍ମ ରୋଗ ସମେତ ଶ୍ୱାସ ,କାଶ ରୋଗରେ ମଧ୍ୟ ପୀଡିତ ହେଉଛନ୍ତି । । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ  ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଟ୍ରକ ଟାଉନ ଭିତରେ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେବା ସହିତ ଧୂଳିଯୋଗୁ କାଳୀବଜାର ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।  ରାସ୍ତା କାର୍ଯ୍ୟରେ ଲାଗିଥିବା କମ୍ପାନୀ ହାଇୱା ସମେତ ଅନବରତ କୋଇଲା ବୋଝେଇ ୧୦ ଚକିଆ ଟ୍ରକ ଚାଲୁଥିବାରୁ ବାଇକ ଆରୋହୀ ମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି ଓ ବେଳେବେଳେ  ଖାଲରେ ମଧ୍ୟ ପଡୁଛନ୍ତି । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରି ଦେଉ ଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ  ତଥା ପରମ ହୋଇଯାଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ଅନ୍ୟଥା ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.