Monday , March 20 2023
Breaking News
Home / ବିଶେଷ / ଭିନ୍ନକ୍ଷମ ‘ପାମ୍ପଡ ବାଲା ’ସନାତନ ର ଦୁଃଖ ଶୁଣିବାକୁ କେହି ନାହିଁ

ଭିନ୍ନକ୍ଷମ ‘ପାମ୍ପଡ ବାଲା ’ସନାତନ ର ଦୁଃଖ ଶୁଣିବାକୁ କେହି ନାହିଁ

  ଭୁବନ ୦୬/୦୨/୨୦୨୧ (ଓଡ଼ିଶା ସମାଚାର)-  ଭୁବନ ଏନଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ବଡହାଟ ନିବାସୀ ସନାତନ ସାହୁ(୪୭)  ଜଣେ ଭିନ୍ନକ୍ଷମ (ଛୋଟା) ବ୍ୟକ୍ତି ହୋଇଥିଲେ ମଧ୍ୟ ବୁଲିବୁଲି ପାମ୍ପଡ ବିକିବା ହେଉଛି ତାଙ୍କର ପେସା ଓ ନିଶା । ସମଗ୍ର ଭୁବନରେ ସେ ‘ପାମ୍ପଡ ବାଲା’ ଭାବେ ପରିଚିତ । ଟିଣ ଡବା ସାହିତ ଜରି ଭିତରେ ଛଣା ପାମ୍ପଡ ଧରି ବିଭିନ୍ନ ଦୋକାନ ବଜାର ବୁଲି ବୁଲି ବିକ୍ରି କରି ନିଜର ୫ ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି । ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ପାମ୍ପଡ ବାଲା ବୋଲି ଡାକ ମାରିଥାନ୍ତି । ଠିକ୍ ରେ କଥା କହି ପାରୁନଥିବା ସନାତନ କିନ୍ତୁ ସ୍ପଷ୍ଟ ଭାବେ ଶୁଣି ପାରନ୍ତି ଓ ଲୋକଙ୍କ ଡାକଶୁଣି ସେ ପହଁଚି ଯାଆନ୍ତି । ରୋଜଗାର କହିଲେ ପାମ୍ପଡ ବିକାରେ ଦିନକୁ ୪୦/୫୦ ଟଙ୍କା ଇନକମ୍ ହୋଇଥାଏ । ଭିନ୍ନକ୍ଷମ ଭତା ବାବଦରେ ଏନଏସି ଅଫିସରୁ ମାସିକ ୫ ଶହ ଟଙ୍କା ପାଉଛନ୍ତି ଓ ସେତିକିରେ ତାଙ୍କ ପରିବାର ଚଳୁଛନ୍ତି ।  ନୂଆଣିଆ ଚାଳଘରେ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଖରାଏ ପାଇଁ ବହୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଆତ୍ମନିର୍ଭର ଯୋଜନାରେ ଋଣ ପାଇଁ ମଧ୍ୟ ବହୁ ପ୍ରୟାସ କରିଛନ୍ତି ହେଲେ ସଫଳ ହୋଇନାହାଁନ୍ତି । ଋଣ ମିଳିଲେ ନୂଆ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି । ଯେତେକଷ୍ଟ ହେଉ ପଛେ ହାତଗୋଡ ଚଳୁଥିବା ପର୍ଯ୍ୟନ୍ତ ଦୈନିକ ଏମିତି ୨/୩ କିମି ପାଦରେ ଚାଲି ପାମ୍ପଡ ବିକ୍ରି କରୁଥିବି ବୋଲି କୁହନ୍ତି ସ୍ୱାଭିମାନୀ ସନାତନ । ଗରିବଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରୁଥିବା ବେଳେ ସନାତନ ଙ୍କ ଭଳି ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ବ୍ୟକ୍ତିଙ୍କ ପାଖରେ ଏଯାଏଁ ବିକାଶ ନପହଁଚିବା ଯେତିକି ଦୁଃଖଦାୟକ ସେତିକି ଲଜ୍ଜ୍ୟାଜନକ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ଗରିବ ତଥା ଅଭାବୀ ସନାତନର ଦୁଃଖ ଲାଘବ କରିବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.