ଗରଦପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)- ମହିଳାମାନଙ୍କ ଆର୍ଥିକ କ୍ଷେତ୍ରରେ ଅଗ୍ରଗତି,ଗୋଷ୍ଠଗୁଡିକର ଆବଶ୍ୟକ କାଗଜପତ୍ର ସଠିକ୍ କରାଯିବା,ଋଣ ପ୍ରଦାନ କରିବା ସମୟରେ ସ୍ୱଛତା ଅବଲମ୍ବନ କରିବା ,ସଭାବହି ଲେଖନ ପକ୍ରିୟା ଠିକ୍ କରିବା,ବ୍ୟାଙ୍କରୁ ନେଉଥିବା ଋଣ ରାଶିକୁ ଉତ୍ପାଦନ ଭିତିକ କାର୍ଯ୍ୟରେ ବିନିଯୋଗ କରିବା ଓ ମହିଳାମାନେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଆଦି ସମ୍ପର୍କରେ ଆଜି ’ନାବାର୍ଡ’ ପକ୍ଷରୁ ପ୍ରାୟୋଜିତ ଓ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ୱୟଂ ସହାୟିକା ଗୋଷ୍କୀଗୁଡିକର ମହିଳାମାନଙ୍କୁ ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଗରଦପୁର ବ୍ଲକ ଅନ୍ତର୍ଗତ ପାଟକୁରାସ୍ଥିତ ଶ୍ରୀ କହ୍ନେଇଲାଲ ଜୀଉଙ୍କ ମନ୍ଦିର ପରିସରରେ ଆଜି ଆୟୋଜିତ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ନାବାର୍ଡ ଏଜିଏମ୍ ଅଶୋକ କୁମାର ଆଚାର୍ଯ୍ୟ ସ୍ୱୟଂ ସହାୟିକା ଗୋଷ୍ଟୀଗୁଡିକର ମହିଳାମାନଙ୍କ ଆତ୍ମ ନିର୍ଭାଶୀଳ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ରହିଥିବା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଲିଡ୍ ବ୍ୟାଙ୍କ ମ୍ୟାନେଜର ମଳୟ କୁମାର ମିଶ୍ର ଉପସ୍ଥିତ ରହି ସରକାର ନାବାର୍ଡ ମାଧ୍ୟମରେ ଗ୍ରାମାଂଚଳ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ବ୍ୟାଙ୍କରୁ ଟଙ୍କା ଉଠାଣ କରିବା, ସଦସ୍ୟାମାନଙ୍କ ଟଙ୍କାକୁ ବ୍ୟାଙ୍କରେ ଜମା ଦେବା,ବ୍ୟାଙ୍କରୁ ଋଣ ଆଣିବାୠଣକୁ ବିନିଯୋଗ କରିବା,ଗୋଷ୍ଟୀଗୁଡିକର ଆବଶ୍ୟକ କାଗଜପତ୍ର ଠିକ୍ କରିବା, ବ୍ୟାଙ୍କରୁ ଟଙ୍କା ନେଇ ଉତ୍ପାଦନମୂଳକ କାର୍ଯ୍ୟରେ ବିନିଯୋଗ କରିବା ଆଦି ସମ୍ପର୍କରେ ବୁଝାଇଥିଲେ । ନାବାର୍ଡର ଆର୍ଥିକ ସହାୟତା ପରାମର୍ଶଦାତା ବାମଦେବ ସାହୁ କେତେକ ସରକାରୀ ବୀମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ‘ଶାନ୍ତି ମୈତ୍ରୀ’ର ସମ୍ପାଦକ ଭଗବାନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ପାଟକୁରା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ସାକାରୀ ଶାଖା ପରିଚାଳକ ଏ.କେ ସାହୁ ଓ ଜନ୍ମେଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କ ଆର୍ଥିକ ସ୍ୱବଲମ୍ବୀ ସମ୍ପର୍କରେ ଆଲୋଚନା କରିଥିଲେ । ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରିବା ପାଇଁ ନାବାର୍ଡ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମସରା, ପାଟକୁରା, ଜଗଦ୍ଧଳପୁର, ହରିଦାସପୁର, ପାଖଡ, ଲେଖନପଡା, କୋଡପଲ୍ଲା,ବାହାକୁଦ, ସିଙ୍ଗିଟିଆ ଓ ଯମୁନାବାଦ ଗ୍ରାମର ୧୫ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ମହିଳାମାନେ ପ୍ରଶିକ୍ଷଣ ନେଇଥିଲେ । ନାବାର୍ଡ ଏଜିଏମ୍ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ଟୁଲୁ ନନ୍ଦୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର