ଗରଦପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସାନ ଅଢ଼ଙ୍ଗା ପଂଚାୟତସ୍ଥିତ ଧନୀରାମପୁର ଠାରେ ଅନୁଷ୍ଠିତ ଦିବା ରାତ୍ର କ୍ରିକେଟ ମ୍ୟାଚ ରେ ଅନୁଆପଡ଼ା କି୍ରକେଟ ଟିମ୍ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ବିସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟରେ ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ତା ମଧ୍ୟରୁ ସାନ ଅଢ଼ଙ୍ଗା କ୍ରିକେଟ କ୍ଲବ୍ ଓ ଅନୁଆପଡ଼ା କି୍ରକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୨୦ ଓଭର ଖେଳରେ ସାନ ଅଢ଼ଙ୍ଗାକୁ ହରାଇ ଅନୁଆପଡ଼ା ଟିମ ବିଜୟୀ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରଧ୍ୟାପକ ତଥା ସମାଜସେବୀ ଅଜୟ କୁମାର ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅନୁଆପଡ଼ା ଟିମ କୁ ଚମ୍ପିଆନ ଟ୍ରଫି ଓ ଅର୍ଥ ପ୍ରଦାନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ସାମରିକ କର୍ମଚାରୀ ନୟନ ବଲଭ ନାୟକ ଯୋଗଦେଇ ସାନ ଅଢ଼ଙ୍ଗା କି୍ରକେଟ କ୍ଲବ କୁ ରନର୍ସ ଅପ କପ୍ ଓ ଅର୍ଥ ପ୍ରଦାନ କରିଥିଲେ । ବିସିସି କ୍ଲବ୍ ର ସଭାପତି ପ୍ରଭାତ ଖାଂଟିଆ ଓ ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲାବେଳେ ଅମ୍ପାୟାର ନିଶିକାନ୍ତ ବାରିକ ଓ ସଂଗ୍ରାମ ବାରିକ ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର