Wednesday , March 29 2023
Home / କୃଷି / ଗୋପରେ “ଜଳକୃଷି କ୍ଷେତ୍ର ବିଦ୍ୟାଳୟ” ଉପରେ ମାନସ ମନ୍ଥନ

ଗୋପରେ “ଜଳକୃଷି କ୍ଷେତ୍ର ବିଦ୍ୟାଳୟ” ଉପରେ ମାନସ ମନ୍ଥନ

ଗୋପ/ପୁରୀ, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)-  କୃଷି ଓ କୃଷକଙ୍କ ଉନ୍ନତି କଳ୍ପେ କେନ୍ଦ୍ରସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଜଳ କୃଷିକ୍ଷେତ୍ର ବିଦ୍ୟାଳୟ ଉପରେ ଏକ ମାନଓ ମନ୍ଥନ ବୈଠକ ପୁରୀଜିଲ୍ଲା ଗୋପ ବ୍ଲକ୍ ସୁବର୍ଣ୍ଣପୁର ଅନ୍ତର୍ଗତ ସାହୁ ଫାର୍ମଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । କୃଷି ସଂପ୍ରସାରଣ ଯୋଜନା ଦ୍ୱାରା ପରାମର୍ଶ ପାଉଥିବା କୃଷକ, ସେମାନଙ୍କ କ୍ଷେତ୍ର ବିଦ୍ୟାଳୟର ନିର୍ବାହକ ମାନଙ୍କଠାରୁ ମତାମତ ସଂଗ୍ରହ କରି କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଉଦ୍ଧେଶ୍ୟରେ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଉକ୍ତ ମାନଓ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପ୍ରକାଶ ଥାଉକି ଆଇସିଏଆର୍-ସିଫା ସଂପ୍ରସାରଣ କ୍ଷେତ୍ରରେ ନୂତନ ପ୍ରୟୋଗ କରି କୃଷକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଗବେଷଣା ଚାଲୁରଖିଛି ।ସେଥିପାଇଁ ଅଂଶୀଦାର ସହଭାଗୀ ତଥା ସମଭାବାପନ୍ନ ବିଭାଗ, କେଭିକେ, ଆକ୍ୱାୱାନ ସେଂଟର, ଏନଏଫଡିବି, ଏନଜିଓ ଏବଂ କୃଷକ ସଂଗଠନ ଗୁଡ଼ିକ ଉକ୍ତ ବୈଠକରେ ଯୋଗଦାନ କରି ଜଳକୃଷି କ୍ଷେତ୍ର ବିଦ୍ୟାଳୟ ସଂପର୍କରେ ଜ୍ଞାନ ଆହରଣ କରିବାସହ ଏହାକୁ ଆଗକୁ ନେବାପାଇଁ ବିଭିନ୍ନ ପ୍ରସ୍ଥାବ ଦେଇଥିଲେ ।

ଏହି ବୈଠକକୁ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଉଦଘାଟନ କର ଜଳ କୃଷିକ୍ଷେତ୍ର ବିଦ୍ୟାଳୟକୁ ସିଫାର ଏକ ପାଇଲଟ୍ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଓଡିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳରେ ଏହି କାନ୍ଥ ମୁକ୍ତବିଦ୍ୟାଳୟ ପ୍ରତିଷ୍ଠା କରିଥିବା ପ୍ରକାଶ କରିଥିଲେ । ଏଭଳି ଉଦ୍ୟମ ବିଶ୍ୱ ମହାମାରୀ କୋଭିଡ-୧୯ରେ ଖୁବ୍ ଜନାଦୃତ ହୋଇଥିଲା ।ସାମାଜିକ ବିଜ୍ଞାନ ମୁଖ୍ୟ ଡଃ ଜି. ଏସ୍. ସାହାଜଳ କୃଷିକ୍ଷେତ୍ର ବିଦ୍ୟାଳୟ ସଂପର୍କରେ ସମ୍ୟକ୍ ସୂଚନା ଦେଇ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କୃଷକମାନଙ୍କର ନିଷ୍ପତି ନେବାର ସାମର୍ଥ୍ୟକୁ ମଜବୁତ କରିବ । ଅନ୍ୟମାନଙ୍କ ମଧ୍ୟରେ ଏନଏଫଡିବି ର ବରିଷ୍ଠ କାର୍ଯ୍ୟନିର୍ବାହୀ ଡଃ ମାନସ କୁମାର ସିହ୍ନା ଯୋଗଦାନ କରି ଆକ୍ୱାୱାନ୍ ସେଂଟର ଉପରେ ନିଜର ବକ୍ତବ୍ୟ ରଖିଥିଲାବେଳେ ପୁରୀ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ସଂଜୟ କୁମାର ମହାନ୍ତି, ଗୋପ ବ୍ଲକ୍କୃଷି ଅଧିକାରୀ ଶ୍ରୀ ଶରତ ମହାରଣା, ପ୍ରଧାନ ବୈଜ୍ଞାନିକ ଡଃ ହିମାଂଶୁ କୁମାର ଦେ, ଡଃ ଚନ୍ଦ୍ରକାନ୍ତ ମିଶ୍ର ଓ ଶ୍ରୀ ଏ. ଏସ୍. ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ବୈଠକରେ ପ୍ରାୟ ୫୦ ଜଣ କୃଷକ ଓ ମହିଳା କୃଷକ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ କୁମାରୀ ସିମନ୍ତୀନିଶାସନୀ ସଂଯୋଜନା କରିଥିଲାବେଳେ ଡଃ ସି. କେ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.