Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ଗରଦପୁର ରେ ୧୦୨ ଜଣ ନେଲେ କରୋନା ଟୀକା 

ଗରଦପୁର ରେ ୧୦୨ ଜଣ ନେଲେ କରୋନା ଟୀକା 

ଗରଦପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତସ୍ଥିତ ମିନୀ ଷ୍ଟାଡ଼ିଅମ ରେ ଆଜି ୨ୟ ପର୍ଯ୍ୟାୟ କରୋନା ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୦୨ ଜଣ କରୋନା ଟୀକା ନେଇଥିଲେ । ପ୍ରଶାସନିକ ନିଷ୍ପତି ଅନୁସାରେ ବ୍ଲକ୍ ର  ସରପଂଚ, ସଭ୍ୟ, ବ୍ଲକ୍ କର୍ମଚାରୀଙ୍କ ସମେତ ତହସିଲ ଓ ପାଟକୁରା ଥାନା କର୍ମଚାରୀଙ୍କୁ ଆଜି ଟୀକା କରଣ ରେ ସାମିଲ କରାଯାଇଥିଲା । ଯୁବ ବିଜେଡ଼ି ଜିଲା ସଭାପତି ତଥା ତିକନପୁର ପଂଚାୟତ ସମିତି ସଭ୍ୟ ରାଜେସ ଦାସ,ତହସିଲଦାର ଧରଣୀଧର ବେହେରା,ସରପଂଚ ଗøରାଙ୍ଗ ଚରଣ ପରିଡ଼ା,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ସରପଂଚ ଅନୁଜ କୁମାର ମହାନ୍ତି ପ୍ରମୁଖ ପ୍ରଥମ ପର୍ଯ୍ୟାୟରେ ଟୀକା ନେଇଥିଲେ । ଟୀକା ଗ୍ରହଣ ପାଇଁ ମିନି ଷ୍ଟାଡ଼ିଅମ ରେ ଭଲ ଆକମଡ଼େସନ୍ ଥିବାରୁ ଟୀକା ଗ୍ରହଣ କେନ୍ଦ୍ର ପାଇଁ ପ୍ରଶାସନ ଏହାକୁ ମନୋନୀତ କରିଥିଲା । ପୂର୍ବରୁ ତାଲିକାଭୁକ୍ତ ହୋଇଥିବା ସଦସ୍ୟମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଟୀକା କେନ୍ଦ୍ରକୁ ପ୍ରବେଶ କରି ଟୀକା ନେଇଥିଲେ । ପରେ ପରେ ସରପଂଚ ଅରୁଣ କୁମାର ନାୟକ,ସରପଂଚ ସୂର୍ଯ୍ୟମଣି ସେଠୀ,ସରପଂଚ ସ୍ୱର୍ଣ୍ଣଲତା ରାଉତ,ସରପଂଚ ମମତା ନାୟକ ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ , ସରପଂଚ ଆରତୀ ମଲିକ,ସରପଂଚ ରୋଜାଲିନ ସେଠୀ  ଙ୍କ ସମେତ ସମସ୍ତ ଜିଆରଏସ, ଜେଇ, ପିଇଓ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସେହିପରି ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ,ସବ ଇନିସପେକ୍ଟର ଜ୍ୟୋତିରଂଜନ ମହାନ୍ତି, କୋରୁଆ ଫାଣ୍ଡି ଅଧିକାରୀ ଅଜୟ କୁମାର ସୁନ୍ଦରା,ବ୍ଲକ୍ ଏସଇଓ ଖଗେଶ୍ୱର ସେଠୀ, କ୍ୟାସିଅର ନରୋତମ  ପରିଡ଼ା ,ଜିପିଇଓ ଚୈତନ୍ୟ ବିଶ୍ୱାଳ ଙ୍କ ସମେତ ତହସିଲ କାର୍ଯ୍ୟାଳୟ କର୍ମଚାରୀମାନେ ପହଂଚି ଟୀକା ଗ୍ରହଣ କେନ୍ଦ୍ରରେ କରୋନା ଟୀକା ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.