Sunday , March 26 2023
Breaking News
Home / କୃଷି / କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଂଗଠନର ଚକା ବନ୍ଦ ଆନ୍ଦୋଳନ 

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଂଗଠନର ଚକା ବନ୍ଦ ଆନ୍ଦୋଳନ 

ରଘୁନାଥପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)-  କୃଷି ଆଇନ ପ୍ରତ୍ୟାହାର ଦାବିରେ କିଷାନ ମୋର୍ଚା ଡାକରାରେ ଦେଶବ୍ୟାପୀ ଚକା ବନ୍ଦ ଆନ୍ଦୋଳନକୁ ସଫଳ କରିବା ଉର୍ଦ୍ଧେଶ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ବ୍ଲକ ଛକ ଠାରେ ୩ଘଂଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ପ୍ରକାଶ ଥାଉକି, ଦୀର୍ଘ ୭୩ ଦିନ ଦିଲ୍ଲୀ ରାଜରାସ୍ତା ଉପରେ ଶୀତ କାକର ରାତିରେ ଲକ୍ଷ ଲକ୍ଷ ଚାଷି ସତ୍ୟାଗ୍ରହରେ ବସିଥିବା ବେଳେ ମୋଦି ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପରିବର୍ତେ ଆନ୍ଦୋଳନକୁ ବଦନାମ କରାଇବା ଅତ୍ୟନ୍ତ ଅଗଣତାନ୍ତ୍ରୀକ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ନେତା ଦେବୀ ପ୍ରସାଦ ମହାରଣା କହିଥିଲେ । ଆଜିର ଏହି ଚକାବନ୍ଦ ଆନ୍ଦୋଳନରେ ଶରଚ ଚନ୍ଦ୍ର ମହାପାତ୍ର, ଘନଶ୍ୟାମ ମହାନ୍ତି, ନିଗମାନନ୍ଦ ଦାସ, ପବିତ୍ର ନାୟକ, ବୈରାଗୀ ଚରଣ ସାହୁ, ସ୍ନେହାଂଶୁ ଜେନା, ସନ୍ତୋଷ ପାତ୍ର, ଶୁରେଶ ପଚ୍ଚନାୟକ, ଦେବବ୍ରତ ପରିଡା, ଆର୍ତତ୍ରାଣ ପଣ୍ଡା, ସର୍ବେଶ୍ୱର ପଣ୍ଡା, ବରଦା ପ୍ରସନ୍ନ ଜେନା, ଚନ୍ଦ୍ର ଶେଖର ରାଉତ, ଭାସ୍କର ପାଲ, ନାରାୟଣ ସ୍ୱାଇଁ, ଅଶୋକ ସାହୁ, ଅଲେଖ ଦାସ, ସୁରେନ୍ଦ୍ର ପାତ୍ର, ଶାରଦା ସିହ୍ନା, ଭାସ୍କାର ମହାନ୍ତି, ପ୍ରଫୁଲ୍ଲ ମିଶ୍ର, ଗୋବିନ୍ଦ ସାହୁ, ଧିରେନ୍ଦ୍ର ମୁଦୁଲି, ପ୍ରକାଶ ସେଠୀ ପ୍ରମୁଖ ଶତାଧିକ ଚାଷୀ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନରେ ଭାଗନେଇଥିଲେ । ଆଇନ ଶୃଙ୍ଖଲା ରକ୍ଷା ନିମନ୍ତେ ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ଏସ୍.ଆଇ. ଗୟସ ଅହମ୍ମଦ, ଏସ୍.ଆଇ ଲିଜା ବିଶ୍ୱାଳ, ଏସ୍.ଆଇ. ଚିନ୍ମୟ ପାଣି, ଏସ୍.ଆଇ ଏଚ୍. ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.