ରଘୁନାଥପୁର, ୦୬/୦୨/୨୦୨୧ (ଓଡ଼ିଶା ସମାଚାର)- ଅବସରପ୍ରାପ୍ତ ଶିକ୍ଷକ ସଂଘ ଓ ବୁଦ୍ଧି ଜୀବି ଶିକ୍ଷା ପରିଷଦ ପକ୍ଷରୁ ରଘୁନାଥପୁର ସ୍ଥିତ ଓଡପଡା ଠାରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୈଳାସ ଚନ୍ଦ୍ର ଦାସଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲେ । ଏହି ସଭାରେ ସଂଘର ସଂପାଦକ ଜଦୁନାଥ ଜେନା ପୌରୋହିତ୍ୟ କରି କୈଳାସ ସାର୍ ଜଣେ ଆଦର୍ଶ ଶିକ୍ଷକ, ଆଦର୍ଶ ପ୍ରଶାସକ ଓ ଜିଲ୍ଲାର ଜଣେ ଦକ୍ଷ ଶିକ୍ଷକ ନେତା ଥିଲେ ବୋଲି କହିଥିଲେ । ଏଥିରେ ଶିକ୍ଷକ ନେତା ଜତିନ୍ଦ୍ରନାଥ ଆଚାର୍ଯା୍ୟ, ଶିକ୍ଷକନେତା ବନମାଳି ମହାରଣା, ସମ୍ମଦ ମହମ୍ମଦ, ଫକୀର ଚରଣ ସ୍ୱାଇଁ, ରାଖାଲ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ପ୍ରାଧାନ, ନାରାୟଣ ମହାରଣା, କ୍ଷେତ୍ରମୋହନ ପୃଷ୍ଟି, ହରେକୃଷ୍ଣ ପରିଡା, ଚପଳା ମହାନ୍ତି, ରେଣୁବାଳା ଦେଇ, ମଂଜୁବାଳା ଦାସ ଆଦି ଯୋଗଦେଇ କୈଲାସ ସାରଙ୍କର ଜିବନାଦର୍ଶ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱାର୍ଗତ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରପୁଲ୍ଲ କୁମାର ରାଉତ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର