ନିଶ୍ଚିନ୍ତକୋଇଲି,୦୬/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ସ୍ଥାନିୟ ଅଶୁରେଶ୍ଵର କେନାଲ ବନ୍ଧରୁ ଆଜି ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବତୀକୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଯୁବତୀର ବାପା ଓ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତିରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିଲେ ।ମାତ୍ର ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବକ ଯୁବତୀ କେନ୍ଦ୍ରାପଡ଼ା ତିନିମୁହାଣିସ୍ଥିତ
ଶ୍ରୀ ରାମ ମନ୍ଦିରରେ ବିବାହ କରିଥିବା ନେଇ ଉଭୟଙ୍କ ଯୁଗଳ ଫଟୋ ଓ ବିବାହ ପ୍ରମାଣ ପତ୍ର ପୋଲିସ ନିକଟକୁ ପଠାଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି। ଓଡ଼ିଶା ସମାଚାର
Check Also
ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା
ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …