କେନ୍ଦ୍ରାପଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ୧୧ତମ ବିବାହ ବାର୍ଷିକୀ ଅବସରରେ ଆଜି ଏକ ଦମ୍ପତି ରକ୍ତଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତଭଣ୍ଡାରରେ ସହରର ବଡହାଟସ୍ଥିତ ରଞ୍ଜିତ ସିଂ ଓ ତାଙ୍କ ପତ୍ନୀ ମୋନାଲିସା ସିଂ ସେମାନଙ୍କ ୧୧ତମ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଗୌତମ ସାହୁ, ମାଧବ ପ୍ରଧାନ, ଶଶାଙ୍କ ଶେଖର ଜେନା, ଅଭିଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର