Monday , March 27 2023
Breaking News
Home / ବିଶେଷ / ସଦର ଥାନାର ସଫଳତା- ୨୪ଘଂଟା ପୂର୍ବରୁ ନାବାଳକର ବେକକାଟିଥିବା ଅଭିଯୁକ୍ତ ନାବାଳକ ଗିରଫ

ସଦର ଥାନାର ସଫଳତା- ୨୪ଘଂଟା ପୂର୍ବରୁ ନାବାଳକର ବେକକାଟିଥିବା ଅଭିଯୁକ୍ତ ନାବାଳକ ଗିରଫ

କେନ୍ଦ୍ରାପଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ଜନୈକ ନାବାଳକର ବେକ କାଟି ଦେଇଥିବା ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତ ଘଟଣାର ୨୪ଘଂଟା ମଧ୍ୟରେ ସଦର ଥାନା ପୋଲିସ ହାତରେ ଧରାପଡିଛି । କେନ୍ଦ୍ରାପଡା ସଦର ଥାନା ପୋଲିସକୁ ଏହି ଘଟଣାରେ ସଫଳତା ମିଳିଛି । ଅଭିଯୋଗ ଅନୁଯାଇ ଗତ ଗୁରୁବାର ସଦର ଥାନା ଅନ୍ତର୍ଗତ କଳପଡା ପଂଚାୟତର ଟୁବିହୁଡା ଗ୍ରାମର ନିଜ ମାମୁଁ ଘରକୁ ଆସିଥିବା ବାପୁନି ଓରଫ ମହେଶ୍ୱର ଦଳେଇ(୮)ର ବେକକୁ ଏକ ବ୍ଲେଡ ଦ୍ୱାରା କାଟିଦେଇଥିବା ଅଭିଯୋଗରେ ସେହି ଗ୍ରାମର ଜଣେ ୧୪ବର୍ଷର ନାବାଳକକୁ ସଦର ଥାନା ପୋଲିସ ଅଭିଯୋଗର ୨୪ଘଂଟା ମଧ୍ୟରେ ଗିରଫ କରି କିଶୋର ନ୍ୟାୟ ପରିଷଦ ନିକଟରେ ହାଜର କରିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି । ପିଡିତ ନାବାଳକ ଜଣଙ୍କ ନିଜ ସାନ ଭଉଣୀ ସହ ମାମୁଁଘର ଟୁବିହୁଡା ଗ୍ରାମକୁ ଏକୋଇଶିଆରେ ଯୋଗଦେବାକୁ ଜାନୁଆରୀମାସ ୨୩ତାରିଖ ଠାରୁ ଆସିଥିଲା । ପ୍ରତ୍ୟେକ ଦିନ ସେ ସଂପୃକ୍ତ ଅଭିଯୁକ୍ତ ନାବାଳକ ସହ ଅପରାହ୍ନରେ ଖେଳି ଥାଏ । କିନ୍ତୁ ଗତ ବୁଧବାର ସେ ଏକ ସାବୁନ ଆଣିଥିଲା ଓ ଗାଧୋଇବା ପରେ ସାବୁନଟିକୁ ଛାଡିଦେଇ ଘରକୁ ପଳାଇଥିଲା  । ସେଠାରେ ମହେଶ୍ୱର ଓ ତା ଭଉଣୀ ମଧ୍ୟ ସେହି ସମୟରେ ଗାଧୋଉଥିଲେ ।  ପରେ ଘରୁ ଫେରିଆସି ସାବୁନ ଖୋଜିବା ସହ ମହେଶ୍ୱରର ଭଉଣୀକୁ ପଚାରିବାରେ ସେ କହିଥିଲା ଯେ ମହେଶ୍ୱର ସେହି ସାବୁନଟିକୁ ନେଇଯାଇଛି । ସେ ଯାଇ ମହେଶ୍ୱରର ମାମୁଁଘରେ ଏସମ୍ପର୍କରେ ପଚାରିବାରେ ମହେଶ୍ୱର ସାବୁନ ନେଇନାହିଁ ବୋଲି କହିଥିଲା । ସେହିଦିନ ଅପରାହ୍ନରେ ମହେଶ୍ୱର ଖେଳିବାକୁ ଆସିବା ସମୟରେ ବେକରେ ଏକ ବେଲଟ ପକାଇ ଆସିବାର ସେ ଦେଖିଥିଲା । ମହେଶ୍ୱରକୁ ନିକଟସ୍ଥ ଅଙ୍ଗନୱାଡିକେନ୍ଦ୍ର ଗୃହ ପଛକୁ ଡାକିନେଇ ତା ବେକରେ ଦୋକାନରୁ କିଣିଥିବା ଏକ ବ୍ଲେଡ ଲଗାଇ ସାବୁନ ବିଷୟରେ ପଚାରିଥିଲା । ମହେଶ୍ୱର ସାବୁନ ଦେଖିନାହିଁ ବୋଲି କହିବାରେ ସଂପୃକ୍ତ ନାବାଳକ ମହେଶ୍ୱରର ବେକକୁ ସେହି ବ୍ଲେଡରେ କାଟି ଦେଇଥିଲା ଓ ତାକୁ ସେହି କେନ୍ଦ୍ର ଘର ଭିତରେ ପୁରାଇ କବାଟ ଚାପିଦେବାରେ ମହେଶ୍ୱରର ଆଙ୍ଗୁଳି ମଧ୍ୟ ଚାପିହୋଇ ଯାଇଥିଲା । ମହେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସହ  ସଦର ଥାନାରେ ଏସମ୍ପର୍କରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତିକରି ସଦର ଥାନା ପୋଲିସ ୫୩/୨୦୨୧ରେ ଆଇ.ପି.ସି.ର ଧାରା ୩୦୭ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ସଦର ଥାନା ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ଆଜି ହାଜର କରାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.