Thursday , March 23 2023
Home / ବିଶେଷ /   ରଘୁନାଥପୁର ଥାନାରେ ନୂତନ ଆଇ.ଆଇସି  

  ରଘୁନାଥପୁର ଥାନାରେ ନୂତନ ଆଇ.ଆଇସି  

ରଘୁନାଥପୁର,୦୫/୦୨/୨୦୨୧ (ଓଡ଼ିଶା ସମାଚାର)-ରଘୁନାଥପୁର ଥାନାରେ ଏକ ଭିଡିଓ ଭାଇରାଲ ହେବାପରେ ପୂର୍ବତନ ଆଇ.ଆଇ.ସି ନିରଞ୍ଜନ ମଲ୍ଲିକଙ୍କୁ ଏଠାରୁ ଏସ୍.ପି ସ୍ଥାନାନ୍ତର କରିଥିଲେ । ଏହି ଥାନାରେ ଦୀର୍ଘ ଦିନ ହେଲା ଆଇ.ଆଇ.ସି ପଦବୀ ଖାଲି ପଡିଥିଲା । ଆଜି ଦେବେନ୍ଦ୍ର ମହାପାତ୍ରଙ୍କୁ ନୂତନ ଆଇ.ଆଇ.ସି ଭାବେ ରଘୁନାଥପୁର ଥାନାରେ ଜଗତସିଂହପୁର ଏସ୍.ପି ନିଯୁକ୍ତି ଦେବାପରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ  ଦକ୍ଷତାର ସହିତ କାର୍ଯ୍ୟ କରିଆସିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.