Saturday , March 25 2023
Breaking News
Home / ବିଶେଷ / ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଚିତ୍ରକୋଣ୍ଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଂଚଳର ୮୫ ପରିବାର । ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ବସତି ସ୍ଥାପନ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ ମାଓବାଦୀଙ୍କ ଭୟ ରହୁଛି ଏବଂ ଜୀବନ ବଂଚାଇବା ନିମନ୍ତେ ଆସିଛନ୍ତି । ଯାହାଫଳରେ ଭୟରେ ଭିଟାମାଟି ଛାଡି ସେମାନେ ଚିତ୍ରକୋଣ୍ଡାରେ ସରକାରୀ ଜାଗାରେ ରହୁଛନ୍ତି । ଭିଟାମାଟି ଛାଡିଥିବା ୮୫ ପରିବାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡ଼ାମ୍ଭ, ପନସପୁଟ, ଅଣ୍ଡରାପାଲି ଓ ନାକାମାମୁଡ଼ି ଗ୍ରାମପଂଚାୟତର ଅଧିବାସୀ ଅଟନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.