Monday , March 27 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଭାରତୀୟ ଉପକୂଳରେ ଭାସମାନ ଜେଟି, ପ୍ଲାଟଫର୍ମକୁ ପ୍ରୋତ୍ସାହନ

ଭାରତୀୟ ଉପକୂଳରେ ଭାସମାନ ଜେଟି, ପ୍ଲାଟଫର୍ମକୁ ପ୍ରୋତ୍ସାହନ

ପାରାଦୀପ ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଚୁଡ଼ାନ୍ତ ଏବଂ ଫ୍ଲୋଟିଂ ସଂରଚନା ପାଇଁ ନିର୍ଦ୍ଧେଶାବଳୀ ଜାରି କରିଛି । ଏହି ନିର୍ଦ୍ଧେଶାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ଆଗାମୀ ପ୍ରକଳ୍ପଗୁଡ଼ିକରେ ସମଗ୍ର ଉପକୂଳବର୍ତୀ ବିଶ୍ୱସ୍ତରୀୟ ଭାସମାନ ଭିତିଭୁମି ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । ମାଇନର ହାର୍ବର, ଫିସିଂ ହାର୍ବର, ଫିସ୍ ଲ୍ୟାଣ୍ଡି ସେଂଟର ଇତ୍ୟାଦି ସମାନ ସୁବିଧାଗୁଡ଼ିକ ଉପକୂଳବର୍ତୀ ଅଂଚଳ, ସମୁଦ୍ର, ଜଳପଥ, ନଦୀ ଏବଂ ଜଳଭଣ୍ଡାରରେ ଫ୍ଲୋଟି ଜେଟି, ପ୍ଲାଟଫର୍ମ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଧେଶାବଳୀରେ ବିଭିନ୍ନ ବୈଷୟିକ ଦିଗ ନିର୍ଦ୍ଧାରଣ କରାଯାଇଛି । ଏହି ନିର୍ଦ୍ଧେଶାବଳୀଗୁଡ଼ିକ ବିଭିନ୍ନ ଜଳପ୍ରବାହ ପ୍ରଣାଳୀରେ ଭାସମାନ ପ୍ଲାଟଫର୍ମ ଏବଂ ମାଇନର ହାର୍ବର ଇତ୍ୟାଦି ସୁବିଧା ପାଇଁ ଭାସମାନ ତରଙ୍ଗ ଓ ବ୍ରେକ୍ ୱାଟର୍ ପାଇଁ ମଧ୍ୟ ଉପଯୁକ୍ତ ଭାବେ ବ୍ୟବହୃତ ହେବ । ଏହାର ଅନ୍ତର୍ନିହିତ ସୁବିଧା ହେତୁ ଭାସମାନ ସଂରଚନା ଏକ ଆକର୍ଷଣୀୟ ସମାଧାନ । ତେଣୁ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହା ପ୍ରୋସôାହିତ ହୋଇଛି । ବିଭାଗୀୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା କହିଛନ୍ତି ଯେ ମନ୍ତ୍ରଣାଳୟ ଏକ ମାନଦଣ୍ଡ ସୃଷ୍ଟି କରୁଛି ଏବଂ ଏହି ନିର୍ଦ୍ଧେଶାବଳୀରେ ଗୁଣାତ୍ମକ ନିଦ୍ଧିଷ୍ଟତାକୁ ଆନ୍ତର୍ଜାତୀୟ ଗୁଣାତ୍ମକ ସହିତ ବିକଶିତ କରାଯାଇଛି । ଉପଯୋଗୀତା, ସ୍ଥାୟୀତ୍ୱ, ନିରାପତା, ସ୍ୱଳ୍ପ ରକ୍ଷଣାବେକ୍ଷଣ, ବ୍ୟୟ ପ୍ରଭାବଶାଳିତା ଏବଂ ସର୍ବୋପରି ସର୍ବନିମ୍ନ ପ୍ରଭାବ ସହିତ ସର୍ବଶେଷ୍ଠ ପ୍ରକଳ୍ପ ହାସଲ କରିବାକୁ ଆଗାମୀ ପ୍ରକଳ୍ପଗୁଡ଼ିକରେ ଦେଶରେ ଏହିପରି ବିଶ୍ୱସ୍ତରୀୟ ଭିତିଭୁମି ସ୍ଥାପନକୁ ପ୍ରୋତ୍ସାହିତ କରିବା ମନ୍ତ୍ରଣାଳୟର ପ୍ରୟାସ । ଏହି ନିର୍ଦ୍ଧେଶାବଳୀଗୁଡ଼ିକ ସମସ୍ତ ସାମୁଦ୍ରିକ ରାଜ୍ୟ, ରାଜ୍ୟ ସାମୁଦ୍ରିକ ବୋର୍ଡ଼, ପ୍ରମୁଖ ବନ୍ଦର, ଆଇଡ଼ବ୍ଲ୍ୟୁଏଆଇ ଏବଂ ମତ୍ସ ବିଭାଗ ସେମାନଙ୍କ ଆଗାମୀ ପ୍ରକଳ୍ପ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା କହିଥିବା ପାରାଦୀପ ବନ୍ଦର ଲେତ୍ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.