ଝାରସୁଗୁଡା, ୦୫ ଫେବୃଆରୀ ୨୦୨୧(ଓଡ଼ିଶା ସମାଚାର)-: ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଝାରସୁଗୁଡା ଓଡିଶା ରାଜ୍ୟରପ୍ତାନି ପୁରସ୍କାରରେ ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ପାଇଁ ସର୍ବୋତମ ରପ୍ତାନିକାରୀ ପୁରସ୍କାର ଲାଭ କରିଛି । ଓଡିଶାର ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଧେଶାଳୟଦ୍ୱାରା ଆୟୋଜିତ ଏହି ପୁରସ୍କାରକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭର୍ଚୁଆଲ ସମାରୋହରେ କମ୍ପାନୀକୁ ପ୍ରଦାନ କରାଯାଇଥିଲା । ବେଦାନ୍ତର ଆଲୁମିନିୟମ ସିଓଓ – ଜି.ଜି ପାଲ, କମ୍ପାନୀ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ । ଲଗାତାର ଦୁଇବର୍ଷ (୨୦୧୭-୧୮ ଏବଂ ୨୦୧୮-୧୯) ପାଇଁ ଓଡିଶା ରାଜ୍ୟରେ ସର୍ବବୃହତ ରପ୍ତାନିକାରୀ ହୋଇଥିବାରୁ ବେଦାନ୍ତର ଝାରସୁଗୁଡା ପ୍ଲାଂଟକୁ ପୁରସ୍କୃତ କରାଯାଇଛି ।
ଝାରସୁଗୁଡାରେ ବେଦାନ୍ତର ଆଲୁମିନିୟମ ସ୍ମେଲଟର ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ପାଇଁ ଇନଗଟ୍, ବିଲେଟ୍, ୱାୟାର୍ରଡ୍, ପ୍ରାଥମିକ ଫାଉଣ୍ଡ୍ରି ଆଲୋଏ (ଚୠଇ), ସ୍ଲାବ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ କରେ । ଅତ୍ୟାଧୁନି କଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦିତ ଏହି ଉତ୍ପାଦ ଗୁଡିକ ବିଶ୍ୱସ୍ତରୀୟ ଗୁଣାତ୍ମକ ମାନ ସହିତ ସମାନ ଏବଂ ଅଟୋ ମୋବାଇଲ୍, ନିର୍ମାଣ, ବିଦ୍ୟୁତିକରଣ, ପରିବହନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପକ୍ଷେତ୍ରର ଆବଶ୍ୟକତାକୁ ପୂରଣ କରେ । କମ୍ପାନୀର ଅନେକ ବିଦେଶୀ ଗ୍ରାହକ ଅଛନ୍ତି ଏବଂ ଦେଶରୁ ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦର ଏକ ଅଗ୍ରଣୀ ରପ୍ତାନିକାରୀ ।
ଏହି ଅବସରରେ ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ାର, ସିଇଓ ଶ୍ରୀ ସିଏନ ସିଂ ମତବ୍ୟକ୍ତ କରିଛନ୍ତି ଯେ, “ଆମକୁଏହି ‘ସର୍ବୋତମ ରପ୍ତାନିକାରୀ’ ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଧେଶାଳୟଙ୍କୁ ଧନ୍ୟବାଦ ଦେଉଛି । ଜିଡିପି, ରୋଜଗାର ଏବଂ ଜୀବନ ଶୈଳୀର ଉଲ୍ଲେଖନୀୟ ଅବଦାନ ସହିତ ବେଦାନ୍ତର ଆଲୁମିନିୟମ ବ୍ୟବସାୟ ରାଜ୍ୟର ସାମାଜିକ-ଅର୍ଥନୈତିକ ପ୍ରଗତିରେ ଦୀର୍ଘଦିନର ଅଂଶୀଦାର ହୋଇଆସୁଛି । ଆମର ଝାରସୁଗୁଡା ସ୍ମେଲଟର ଏକକ ଭାବରେ ଭାରତର ଏକତୃତୀୟାଂଶରୁ ଅଧିକ ଆଲୁମିନିୟମ ଉତ୍ପାଦନ କରି ଦେଶ ତଥା ବିଶ୍ୱ ପାଇଁ ‘ମେକ୍ ଇନ୍ ଓଡିଶା’ ଦିଗରେ କାର୍ଯ୍ୟକରି ରାଜ୍ୟ ସରକାରଙ୍କ ଉଦ୍ୟମକୁ ଦୃଢ଼ୀଭୁତ କରିଛି । ‘ଶ୍ରେଷ୍ଠର ପ୍ତାନିକାରୀ’ ପୁରସ୍କାର ଆଲୁମିନିୟମର ସର୍ବୋତମ ତଥା ସ୍ଥାୟୀ ଉତ୍ପାଦକ ଭାବରେ ଉଭାହେବା, ପ୍ରାକୃତିକ ସମ୍ପଦକୁ ଅର୍ଥନୈତିକ ସମୃଦ୍ଧତାର ଉପକରଣରେ ପରିଣତ କରିବା ଏବଂ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ବଢାଇବା” ।
କମ୍ପାନୀ ତରଫରୁ ପୁରସ୍କାର ଗ୍ରହଣକରି ବେଦାନ୍ତ ଲିଃ. ର ସିଓଓ – ମେଟାଲ, ଶ୍ରୀ ଜି.ଜି. ପାଲ, କହିଛନ୍ତି ଯେ, “ଏହା ଆମ ପାଇଁ ଏକ ସୌଭାଗ୍ୟର ବିଷୟ । ଭାରତକୁ ସବୁଠାରୁ ପସନ୍ଦଯୋଗ୍ୟ ବ୍ୟବସାୟିକ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବା ଦିଗରେ ରାଜ୍ୟର ଦୂରଦୃଷ୍ଟି ପୂରଣ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ଏବଂ ଉତ୍ସର୍ଗୀକୃତ । ”
ଭାରତରେ ସବୁଜଧାତୁ, ଆଲୁମିନିୟମର ବୃହତମ ଉତ୍ପାଦକ, ବେଦାନ୍ତ, ଓଡିଶାର ଝାରସୁଗୁଡାରେ ଏକ ବିଶ୍ୱସ୍ତରୀୟ୧.୬ ଏମଟିପିଏ ଆଲୁମିନିୟମ ସ୍ମ୍ମେଲଟର ଏବଂ ୩୬୧୫ ମେଗାୱାଟ ତାପଜ ବିଦ୍ୟୁତ ଉତ୍ପାଦନ ବିଶିଷ୍ଟ ପ୍ରକଳ୍ପ ଚଳାଉଛି ।ଭାରତର ଏହା ଏକମାତ୍ର ଆଲୁମିନିୟମ ଉତ୍ପାଦକ ଯିଏକି ବିଶ୍ୱର “୧ମିଲିୟନଟନ୍ ଉତ୍ପାଦନ ଏବଂ ରପ୍ତାନୀ କ୍ଲବ” ରଜଣେ ସଦସ୍ୟ ଅଟେ । ଏଥି ସହିତ ମୁଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦନରେ ଏହା ଏକ ଅଗ୍ରଣୀ କମ୍ପାନୀ ଯାହାକି ମୁଳଶିଳ୍ପ ଗୁଡିକରେ ଗୁରୁତ୍ୱପୁର୍ଣ୍ଣ ପ୍ରୟୋଗ କରିଥାଏ । ଦେଶର ଏକବୃହତ ବୈଷୟିକ ଯୋଗ୍ୟତା ଏବଂ ବିବିଧ କର୍ମଚାରୀ ସମୂହ ବିଶିଷ୍ଟ ଏହି କମ୍ପାନୀ, ଆଲୁମିନିୟମର ଉଦୀୟ ମାନ ପ୍ରୟୋଗ, ‘ଭବିଷ୍ୟତର ଧାତୁ’ ଦ୍ୱାରା ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ତଥା ସବୁଜ ଭବିଷ୍ୟତ ସୃଷ୍ଟି କରିବା ଦିଗରେ କାର୍ଯ୍ୟରତ ରହିଛି । ଓଡ଼ିଶା ସମାଚାର