ରଘୁନାଥପୁର,୦୫/୦୨/୨୦୨୧ (ଓଡ଼ିଶା ସମାଚାର)-ରଘୁନାଥପୁର ଥାନା ଅନ୍ତର୍ଗତ କୋରକୋରା ଗ୍ରାମର ସୁବାସ ସାହୁଙ୍କ ପୁଅ ସୁଦର୍ଶନ ସାହୁ (୩୦) ଆଜି ପ୍ରତୁ୍ୟଷରୁ ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ରଘୁନାଥପୁର ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ଏସ୍.ଆଇ. ଗୟସ ଅହମ୍ମଦ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି । ଓଡ଼ିଶା ସମାଚାର
Check Also
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …