Wednesday , March 29 2023
Home / ବିଶେଷ / ବଦଳିଲେ କୋରାପୁଟ ଜିଲ୍ଲାପାଳ

ବଦଳିଲେ କୋରାପୁଟ ଜିଲ୍ଲାପାଳ

ଭୁବନେଶ୍ୱର, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କର ବଦଳି ହୋଇଛି । ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ମହମ୍ମଦ ଅବଦୁଲ ଅଖଚ୍ଛରଙ୍କୁ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି । ଏବେ ସେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ହେଲେ । କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଥିଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଆଇଏଏସ୍ ଅବଦୁଲ ଅଖଚ୍ଛର କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ରଙ୍କ ଅଚାନକ ବଦଳିକୁ ନେଇ ସରକାରୀ ଭାବେ କିଛି କୁହାଯାଇନଥିଲେ ମଧ୍ୟ କୋରାପୁଟର ସୀମାରେ ଥିବା କୋଟିଆ ପଂଚାୟତର ୩ଟି ଗାଁ ତଳଗେଞ୍ଜଇପଦର, ପଟୁ ସିନେରୀ ଓ ଫଗୁଣସିନେରୀକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇ ସେଠାରେ ନିର୍ବାଚନ କରାଉଥିବାକୁ ନେଇ ଗଣମାଧ୍ୟମରେ କୋରାପୁଟ ଜିଲ୍ଲା ପ୍ରଶାସନର ଦାୟିତ୍ୱହୀନତା ସମ୍ପର୍କରେ ଚର୍ଚ୍ଚା ହୋଇଥିଲେ । ଯେଉଁଥିପାଇଁ ସରକାର ତତ୍କାଳ ପଦକ୍ଷେପ ନେଇ ଶ୍ରୀ ମିଶ୍ରଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.