Tuesday , March 21 2023
Breaking News
Home / ବିଶେଷ / ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଗାଁ ଲୋକ!

ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଗାଁ ଲୋକ!

ପାରାଦୀପ,୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ବହେ ଛେଚା ଖାଇଛି । ଗାଁ ଲୋକେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଫଳରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି । ଅଭୟଚାନ୍ଦପୁର ଥାନାର ୪ଜଣ କର୍ମଚାରୀ ମାଡ଼ ଖାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗାଁରେ ଉତେଜନା ପ୍ରକାଶ ପାଇଛି । ପାରାଦୀପଗଡ଼ ଗାଁର ତ୍ରିନାଥ ଦଳେଇଙ୍କ ନାଁରେ ପୁରୁଣା ମାମଲା ରହିଛି । ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ଅଭୟଚାନ୍ଦପୁର ଥାନା ପୁଲିସ ସାଦା ପୋଷାକରେ ପାରାଦୀପ ଗଡ଼ ଗାଁକୁ ଯାଇଥିଲା । ପୁଲିସ ତାକୁ ଧରି ଆଣୁଥିବା ବେଳେ ପରିବାର ଓ ଗାଁ ଲୋକେ ବିରୋଧ କରିଥିଲେ । ପରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ÿାଇ ନେଇଥିବା ଅଭିଯୋଗ ହୋଇଛି । ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପୁଲିସ କର୍ମଚାରୀଙ୍କୁ ମେଡିକାଲ୍ ରେ ଭର୍ତି କରାଯାଇଛି । ଏହି ଘଟଣା ପରେ ଗାଁରେ ଉତେଜନା ଲାଗି ରହିଛି । ପୁଲିସକୁ ଆକ୍ରମଣ କରିଥିବା ଲୋକମାନେ ଫେରାର ହୋଇଯାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଗାଁରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published.