ରଘୁନାଥପୁର, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ନୃସିଂହ ସାରଙ୍କ ଆଦର୍ଶରେ ଶିକ୍ଷକ ସମାଜ ଅନୁପ୍ରାଣିତ ହେବାକୁ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ କନ୍ଦରାପାଟି ଗ୍ରାମରେ ଅନୁଷ୍ଠିତ ଆଦର୍ଶ ଶିକ୍ଷକ ନୃସିଂହ ଚରଣ ନାୟକଙ୍କର ପ୍ରଥମ ବାର୍ଷିକ ସ୍ମୃତି ସଭାରେ କାଦମ୍ବିନୀ ଓ କୁନି କଥାର ସଂପାଦିକା ଡଃ ଇତି ସାମନ୍ତ ଯୋଗଦେଇ ଏହା କହିଥିଲେ । ଡଃ ସାମନ୍ତ ଆହୁରି କହିଲେ ଯେ ନୃସିଂହ ସାରଙ୍କର ଆଦର୍ଶ, ଦିଗଦର୍ଶନ, ଆର୍ଶୀବାଦ, ଅନୁସାସନ ଓ ପ୍ରେରଣାକୁ ପାଥେୟକରି ଆଜି ମୁଁ ଏହି ସ୍ଥରରେ ପଂହଚି ପାରିଛି ବୋଲି କହିଥିଲେ । ଏହି ଅବସରରେ ଡଃ ସାମନ୍ତ ନୃସିଂହ ସାରଙ୍କ ଉପରେ ଏକ କ୍ଷୁଦ୍ର ୟୁଟୁବ୍ କୁ ଉନ୍ମୋଚନ କରିଥିଲେ । ଏଥିରେ ଓଡିଶା ପରିବହନ କମିଶନର ବ୍ରଜବଂଧୁ ଭୋଳ, ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ, ପ୍ରାଧାପକ ଡଃ କେଶବ ଚନ୍ଦ୍ର ଦାସ, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ, ମାନସ ରତ୍ନ ଶରତ କୁମାର ରାଉତ ରାୟ, ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ଶିକ୍ଷାବିତ୍ କିଶୋର କୁମାର ମହାନ୍ତି, ଏସ୍.ଏନ୍. କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତୀ, ସମଜସେବୀ ବିଜନ ମହାପାତ୍ର, ପ୍ରଧାନ ଶିକ୍ଷକ ଭାଗବତ ବେହେରା, ଶିକ୍ଷକ ନେତା ନିର୍ମଳେନ୍ଦୁ ଶୋମ, ଶିକ୍ଷାବିତ୍ ଯଦୁନାଥ ଜେନା, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ଗୁରୁନାରାୟଣ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ନୃସିଂହ ସାରଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏଥିଉପଲକ୍ଷେ ଆନ୍ତର୍ଜାତୀୟ ଓଡିଶି ନୃତ୍ୟ ଗୁରୁ ଡଃ ଚିତରଂଜନ ସାହାଣି ଶ୍ରେଷ୍ଟ ସ୍ୱେଚ୍ଛାସେବୀ ସମାଜ ବିକାଶ ମିଶନ, ଆଦର୍ଶ ଶିକ୍ଷକ ରବିନ୍ଦ୍ର କୁମାର ସ୍ୱାଇଁ, ଗିରିଶ ଚନ୍ଦ୍ର ହାଜରା, ଅଜୟ କୁମାର ବରାଳ, ପ୍ରମୋଦ କୁମାର ମିଶ୍ର, ଆଦର୍ଶ ଛାତ୍ରୀ ଶୁଭଶ୍ରୀ ରାଉତଙ୍କୁ ମୁଖ୍ୟ ଅତିଥି ବିଡିଓ ଶ୍ରୀ ନାୟକ ମାନପତ୍ର ଓ ଉତରୀୟଦେଇ ସମ୍ବଦ୍ଧିତ କରିଥିଲେ । ପ୍ରରମ୍ଭରେ ରାଜେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏହି ଉତ୍ସବକୁ ଦେବବ୍ରତ ନାୟକ, ପ୍ରିୟବ୍ରତ ନାୟକ, ଦ୍ରୁଢବ୍ରତ ନାୟକ, ବ୍ରହ୍ମାନନ୍ଦ ନାୟକ, ସତ୍ୟବ୍ରତ ନାୟକ, ବାମନ ନାୟକ, ଶ୍ୟାମସୁନ୍ଦର ନାୟକ, ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର