Wednesday , March 29 2023
Home / ବିଶେଷ / ନବଜାତକ ଶିଶୁକନ୍ୟା ଉଦ୍ଧାର

ନବଜାତକ ଶିଶୁକନ୍ୟା ଉଦ୍ଧାର

କେନ୍ଦ୍ରାପଡା, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଜି ଅପରାହ୍ନରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମର ରାସ୍ତାକଡରୁ ଏକ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।  ରାସ୍ତାରେ ଏକ ଶିଶୁକନ୍ୟା ପଡିଥିବା ସମ୍ପର୍କରେ ଖବର ପାଇ ଏହି ଟିମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର,  ଲୁଥେରାନ ମହିଳା ସମିତି ର ଆୟା ଉଷାରାଣୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର କନକଲତା ବେହେରା ଓ ଚାଇଲଡ ଲାଇନର କର୍ମୀ ରାଜେଶ କୁମାର ବାରିକ ଏବଂ ସ୍ଥାନୀୟ ସରପଂଚ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଂଚି ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ମହାକାଳପଡା ଥାନା ପୋଲିସ ମଧ୍ୟ ସେଠାରେ ପହଂଚି ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.