Thursday , March 23 2023
Home / Uncategorized / ଦିନଦୁଇ ପ୍ରହରରେ ସୁନାଦୋକାନି  ଙ୍କ ଗାଡି ଡିକି ରୁ ଲୁଟ

ଦିନଦୁଇ ପ୍ରହରରେ ସୁନାଦୋକାନି  ଙ୍କ ଗାଡି ଡିକି ରୁ ଲୁଟ

ସାଲେପୁର,୦୫/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଦିନ ଦୁଇପ୍ରହର ରେ ଚକମା ଦେଖାଇ ଲୁଟି ନେଲେ ଲକ୍ଷ୍ୟାଧିକ ଟଙ୍କା ସୁନା ଗହଣା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଜପକୁଦ ଫାଣ୍ଡି ଅଂଚଳରେ। ଜପକୁଦ ବଜାରରେ ଥିବା ରାଧାମାଧବ ଜୁଏଲାରୀ ଦୋକାନ ସମ୍ନା ରୁ ପାଖାପାଖି ୨ଲକ୍ଷ୫୦ ହଜାର ଟଙ୍କାରୁ  ଉର୍ଦ୍ଧ ଅଳଙ୍କାର ଚୋରୀ ହୋଇଥିବା ଦୋକାନୀ ମାଲିକ ଧନଞ୍ଜୟ ବେହୁରା ଜପକୁଦ ଫାଣ୍ଡିରେ ଅଭିଯୋଗ କରିଛନ୍ତି।୩ଜଣ ଯୁବକ ଏକ ବାଇକ ରେ ଆସି ଦୋକାନ ପାଖରେ ଅଟକିଥିଲେ। ସୁନା ଦୋକାନୀ ନିଜର ଗାଡିରଖି ଦୋକାନ ଖୋଲିବା ସମୟରେ ଦୋକାନୀ ବାଇକ ରୁ ଲୁଟିନେଲେ ଦୁର୍ବୁତ୍ତ ମାନେ। ଯାହାର ସିସିଟିଭି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଜପକୁଦ ଫାଣ୍ଡି ଅଧିକାରୀ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ଯେ ଘଟଣାର ତଦନ୍ତ ଜାରୀରହିଛି । ଓଡିଶା ସମାଚାର

Leave a Reply

Your email address will not be published.