ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ଆଦର୍ଶ ପିଢିପରେ ପିଢି ଲୋକଙ୍କୁ ପ୍ରେରଣାଯୋଗାଇବ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ବିପ୍ଳବୀ ତଥା ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡାଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକପ୍ରକାଶକରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି “ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ବିପ୍ଳବୀ ତଥା ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡାଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଗଡ଼ଜାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଓ ବ୍ରିଟିଶ ଶାସନ ସହିତ ଲଢ଼େଇ କରି ସ୍ଥାନୀୟ ଅଂଚଳରେ ସେ ଯେଉଁ ଆଦର୍ଶ ସ୍ଥାପନ କରିଛନ୍ତି ତାହା ପିଢ଼ି ପରେ ପିଢ଼ିଆମ ଅଂଚଳର ଲୋକଙ୍କୁ ପ୍ରେରଣା ଯୋଗାଇବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବାସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି କଠିନ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ” । ଓଡ଼ିଶା ସମାଚାର
Home / ବିଶେଷ / ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ବିପ୍ଳବୀ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ