Tuesday , March 21 2023
Breaking News
Home / ବିଶେଷ / କୁକୁର ଖୋଜୁଛି ମହିଳାଙ୍କ କଟାମୁଣ୍ଡ

କୁକୁର ଖୋଜୁଛି ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର, ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳିଯାଇଛି । ରାସ୍ତାକଡ଼ ବୁଦୁବୁଦିକା ନଟିରେ ପଡ଼ିଥିବା ସେ ମୃତଦେହକୁ ଦେଖାଇବା ଅସମ୍ଭବ । ସମୟ ଗୁରୁବାର ସକାଳ ପ୍ରାୟ ୮ଟା । ଭୁବନେଶ୍ୱର ଉପକଂଠଋ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଲୋକ ଗହଳି ଲାଗିଥିଲା । ହେଲେ କେହି ଚିହ୍ନି ପାରିନଥିଲେ । ପୁଲିସ ବି ତୁରନ୍ତ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲା । ଫୋରେନ୍ସିକ ଟିମ୍ ତନ୍ନତନ୍ନ ଯାଂଚ କରିଥିବାବେଳେ ପାଖରେ ପଡ଼ିଥିବା ଲୁଗା, ଏକ ଗ୍ଲୋବ୍ସ ଓ ଛୁରୀ ଜବତ କରିଛି । ମହିଳାଙ୍କ ମୁଣ୍ଡଟି ଆଖପାଖରେ କେଉଁ ସ୍ଥାନରେ ଫିଙ୍ଗା ଯାଇଥିବା ଅନୁମାନ କରି ଡଗ୍ ସ୍କ୍ୱାର୍ଡ ସହାୟତା ନିଆଯାଇଥିଲା । ଏମିତିକି ମୃତଦେହ ପଡିଥିବା ସ୍ଥାନରୁ ୫ଶହ ମିଟର ଦୂରରେ ଥିବା ଓଡିଶା ବାୟୋଟେକ୍ ପାର୍କ ପର୍ଯ୍ୟନ୍ତ କୁକୁର ଯିବାରୁ, ପୋଲିସ ଗେଟ୍ ତାଲା ଭାଙ୍ଗି ପାର୍କରେ ପଶିଥିଲା ହେଲେ ବହୁ ଖୋଜାଖୋଜି ପରେ ବି ମିଳିନଥିଲା ମୁଣ୍ଡ । ତେବେ ରାଜଧାନୀ ଉପକଂଠ ରାସ୍ତାକଡ଼ରୁ ମିଳିଥିବା ଏ ମୁଣ୍ଡବିହୀନ ମୃତଦେହ କାହାର କିଏ ଓ କେଉଁ ପରିସ୍ଥିତିରେ ମହିଳାଙ୍କୁ କଲା ବୀଭତ୍ସ ହତ୍ୟା ପୁଲିସ ପାଇଁ ଏବେ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଅଗ୍ରାଧିକାର ଭିତିରେ ଚାଲିଛି । କଟାମୁଣ୍ଡ ଖୋଜା ଯେହେତୁ ଘଟଣାସ୍ଥଳରୁ ଏକ ଛୁରୀ ଓ ଗ୍ଲୋବ୍ସ ମିଳିଛି, ତେଣୁ ମହିଳାଙ୍କୁ କେହି ଏହିଠାରେ ହିଁ ହତ୍ୟା କରିଥିବା ଅଧିକ ଆଶଙ୍କା କରାଯାଉଛି । ସେପଟେ ମହିଳାଙ୍କ ହାତରେ ଏକ ଟାଟୁକୁ ନେଇ ବି ପୋଲିସ୍ ସୁରାଗ୍ ଖୋଜୁଛି । ରାଜଧାନୀ ଓ ଏହାର ଆଖପାଖ ସବୁ ଥାନାକୁ ଖବର ଦିଆଯାଇଛି । ସେପଟେ ଅନ୍ଧାରୁଆ ପଂଚାୟତ ଦାସପୁର ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବା ସାଙ୍ଗକୁ ପୁଲିସ ପାଟ୍ରୋଲିଂ ଠିକ୍ ସେ ହେଉନଥିବାରୁ ଅପରାଧୀଙ୍କୁ ସୁହାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏବେ ଅପେକ୍ଷା କମିଶନରେଟ୍ ପୁଲିସ କେତେଶୀଘ୍ର ଅଜଣା ମୃତଦେହକୁ ଚିହ୍ନଟ କରି ଘଟଣାର ପର୍ଦ୍ଧାଫାସ୍ କରୁଛି । ତେବେ ପୁଲିସ୍ ଓଡିଶା ବାୟୋଟେକ୍ ପାର୍କ ଭିତରେ ଥିବା ସିସିଟିଭି କୁ ଜବତ କରି ସେହି ସିସିଟିଭି ରେ କିଛି ଥାଇପାରେ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.