ଭୁବନ ୦୫/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ସରକାର ଙ୍କ ଉନ୍ନୟନ କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଆଜି ଦିନିକିଆ ସରକାରୀ ଗସ୍ତରେ ଭୁବନ ଆସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭୁବନ ଉଚ୍ଚ ବିଦ୍ୟାଳୟ ,ଏନଏସି ଅଫିସ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରି ଫେରିଯାଇଛନ୍ତି । ଉନ୍ନୟନ କମିଶନର ଶ୍ରୀଯୁକ୍ତ ଜେନା ଙ୍କ ସହିତ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା,ପିଡି ଡିଆରଡିଏ ନରୋତମ ବେହେରା, ତହସିଲଦାର ପ୍ରଭାସ ବେହୁରା, ବିଡିଓ ଆଶୀର୍ବାଦ ପରିଡା, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ଭୁବନର ବୁଦ୍ଧିଜୀବୀ ମାନେ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଶ୍ରୀଯୁକ୍ତ ଜେନା ଭୁବନ ମାଟିର ପୁଅ ହୋଇଥିବାରୁ ଭବ୍ୟ ସ୍ୱାଗତ କରାଯିବା ସହିତ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ସମାଚାର